ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସେବା କରୁଥିôବା ଡାକ୍ତର, ନର୍ସ ତଥା ସ୍ୱାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ ଘଟଣା ବଢିଚାଲିଥିବାରୁ ମହାମାରୀ ଅଧିନିମୟରେ ଆଜି ସଂଶୋଧନ କରାଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ନିଆଯାଇଥିବା କଡ଼ା କାର୍ଯ୍ୟାନୁଷ୍ଠାନ ଅଧ୍ୟାଦେଶକୁ ଅନୁମୋଦନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମହାମାରୀ ଆଇନ ୧୮୯୭ରେ ସଂଶୋଧନ କରି ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିବା ଯନ୍ତ୍ରଣା, କ୍ଷତି ପାଇଁ କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ କରୋନା ଲଢେଇରେ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିବା ସ୍ୱାସ୍ଥ୍ୟ କର୍ମ•ରୀଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ରୋକ ଲଗାଇବା ପାଇଁ ମହାମାରୀ ରୋଗ (ସଂଶୋଧନ) ଆଇନ, ୨୦୨୦ କାର୍ଯ୍ୟକାରୀ କରିବାକୁ ଅନୁମୋଦନ ଦେଇଛନ୍ତି । ବର୍ତ୍ତମାନ ଏହି ଆଇନ ବଳରେ ଯେଉଁମାନେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ କରନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ । ଏହା ବର୍ତ୍ତମାନ ଜାମିନ ବିହୀନ ଅପରାଧରେ ପରିଣତ ହୋଇଛି । ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ସ୍ୱାସ୍ଥ୍ୟ କର୍ମ•ରୀଙ୍କୁ ଆଘାତ ଦେବା ତଥା ସମ୍ପତ୍ତି ନଷ୍ଟ କିମ୍ବା କ୍ଷତି ପହଞ୍ଚାଇବା ପାଇଁ କ୍ଷତିପୂରଣ ପ୍ରଦାନ କରାଯିବ । ଅଧ୍ୟାଦେଶ ଅନୁସାରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କରିବା ଅଥବା ଅସହଯୋଗ କଲେ ୩ ମାସରୁ ୫ ବର୍ଷ ଯାଏଁ ଜେଲ ଦଣ୍ଡ ଓ ୫୦ ହଜାର ଠାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ । ଶକ୍ତ ଆଘାତ ହେଲେ ଅପରାଧୀଙ୍କୁ ୬ ମାସରୁ ୭ ବର୍ଷ ଯାଏଁ ଜେଲ ହୋଇପାରେ । ଏଥି ସହିତ ୫ ଲକ୍ଷ ଟଙ୍କା ଜରିମାନା ହେବ । ଏତଦ ବ୍ୟତୀତ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ ଏବଂ ସଂପତ୍ତି କ୍ଷତିପୂରଣ ପାଇଁ ବଜାର ମୂଲ୍ୟର ଦୁଇ ଗୁଣ ଦେବାକୁ ପଡ଼ିବ । ଏହାପୂର୍ବରୁ ବୁଧବାର କେନ୍ଦ୍ର କ୍ୟାବିନେଟ ଏହି ନିୟମକୁ ଅନୁମୋଦନ ଦେଇଥିଲା । ଯେଉଁଥିରେ ସ୍ୱାସ୍ଥ୍ୟ କର୍ମ•ରୀଙ୍କ ପ୍ରତି ହିଂସା ଏକ ଜଣାଶୁଣା ଏବଂ ଜାମିନହୀନ ଅପରାଧ ହୋଇଛି ।