Uncategorized

ଟ୍ରମ୍ପଙ୍କ ୨୪ ତାରିଖ ଗସ୍ତ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତ କରୁଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦିନ ସୂଚନା ଦିଆଯାଇଛି । ଏହି ଗସ୍ତରେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ମଧ୍ୟ ତାଙ୍କ ସହ ରହିବେ ଓ ନୂଆ ଦିଲ୍ଲୀ ତଥା ଅହମଦାବାଦରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ଓ ଏକ ବିରାଟ ଭାରତୀୟ ସମାଜ ସହ ଭାବର ଆଦାନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଟ୍ରମ୍ପଙ୍କ ଅଧିକାରୀକ ଗସ୍ତକୁ ନେଇ ସୋମବାର ଦିନ ୱାଇଟ ହାଉସ ପକ୍ଷରୁ ଘୋଷଣା କର।।ଯାଇଛି । ଏଥିନେଇ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଫୋନ ବାର୍ତ୍ତାଳପରେ ଟ୍ରମ୍ପଙ୍କ ଗସ୍ତ ଭାରତ ଓ ଆମେରିକା ମଧ୍ୟରେ ଭାଗିଦାରିତାକୁ ଆହୁରି ସୁଦୃଢ କରିବ ଓ ଭାରତୀୟ- ଆମେରିକୀୟଙ୍କ ମଧ୍ୟରେ ସମ୍ପର୍କକୁ ପକ୍କା କରିବ ବୋଳି ହ୍ୱାଇଟ ହାଉସ ବୟାନରେ କୁହାଯାଇଛି । ଭାରତ ଓ ଆମେରିକାର ବୈଶ୍ୱିକ ରଣନୀତିକ ଭାଗିଦାରୀ ବିଶ୍ୱାସ, ପରସ୍ପର ପ୍ରତି ସମ୍ମାନ, ବୁଝାମଣା, ଦୁଇ ଦେଶର ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱ ଉପରେ ପର୍ଯ୍ୟବେଷିତ ଥିବାବେଳେ ଟ୍ରମ୍ପଙ୍କ ଗସ୍ତ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷୀକ ସମ୍ବନ୍ଧକୁ ଆହୁରି ମଜବୁତ କରିବା ସହ ଆଗାମୀ ରଣନୀତି ଭାଗିଦାରିତାକୁ ଆହୁରି ଆଗେଇ ନେବ । ଉଭୟ ମୋଦି ଓ ଟ୍ରମ୍ପଙ୍କ ବନ୍ଧୁତ୍ୱରେ ଉଭୟ ଦେଶର ବ୍ୟବସାୟ, ରକ୍ଷା, ଆତଙ୍କବାଦ, ଶକ୍ତି, ସହଯୋଗୀତା, ବୈଶ୍ୱିକ ବ୍ୟାପାର ସହ ବକ୍ତ ସହ ବ୍ୟକ୍ତର ସମ୍ବନ୍ଧକୁ ଆହୁରି ସୁଦୃଢ କରିବ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ସନ୍ଦେଶରେ ଉଲ୍ଲେଖ କରାଯାଇଛି ।

Related posts

‘ଚଟାଣରେ ଭୂତାଣୁ ଅଧିକ ସମୟ ରହିଥାଏ’

mahabharatanews

ମଧ୍ୟପ୍ରଦେଶ- ମହାରାଷ୍ଟ୍ର ସୀମାନ୍ତରେ ପ୍ରବାସୀ ଶ୍ରମିକଙ୍କ ତାଣ୍ଡବ

mahabharatanews

କର୍ଣ୍ଣାଟକରେ ସିଏଏକୁ ବିରୋଧ: ୧୪୪ ଧାରା ଜାରି

mahabharatanews