ଓଡିଶା

ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି 

(ଭୁବନେଶ୍ୱର) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ତୃତୀୟ ଦିନ । ଆଜି ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆଜି ଗଞ୍ଜାମ ଓ କଟକ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ଯେଉଁଠି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।

ସୂଚନାନୁଯାୟୀ , ଆଜି ପ୍ରଥମେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏଥିପାଇଁ ଚଳଚଞ୍ଚଳ ହୋଇ ବିଶ୍ବବିଦ୍ୟାଳୟ ପରିସର ।  ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବା ପରଠୁ ଏହା ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ । ସକାଳ ୧୦ ଟା ୪୫ରେ ବିଶ୍ବବିଦ୍ୟାଳୟର ପରିସରରେ ରହିଥିବା ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ଓହ୍ଲାଇବେ ରାଷ୍ଟ୍ରପତି ।

Related posts

କୁଜଙ୍ଗକୁ ଏନ୍ଏସିର ମାନ୍ୟତା ନମିଳିଲେ ପ୍ରଶାସନକୁ ଅଚଳ କରାଯିବ, ଦରକାର ପଡିଲେ ତହସିଲ ଘେରାଉ ହେବ

mahabharatanews

ପଞ୍ଚାୟତ ସ୍ତରୀୟ ମହିଳା ଗୋଷ୍ଠୀର କର୍ମକର୍ତ୍ତା ନିର୍ବାଚିତ

mahabharatanews

କୋରୋନା ଯୁଦ୍ଧ୍ୟରେ ଡାକ୍ତର ସ୍ଵାସ୍ଥ୍ୟ କର୍ମୀ ପୋଲିସ ଠାରୁ କମ ନୁହଁନ୍ତି ସାମ୍ବାଦିକ

mahabharatanews