ଓଡିଶାରାଜନୀତି

କଂଗ୍ରେସ ତରଫରୁ ସମ୍ବାଦିକ ସମ୍ମୀଳନୀ

ରାୟଗଡା : କଂଗ୍ରେସ କମିଟି ତରଫରୁ ସ୍ଥାନୀୟ ତେଜସ୍ୱି ହୋଟେଲ ପରିସରରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମିଳନୀ ରେ ସାଂସଦ ସପ୍ତଗିରି ଉଲ୍କାକା ଯୋଗ ଦେଇ ୬ ଦଫା ଦାବି ଉପସ୍ଥାପନ କରିଥିଲେ । ଉତ୍କଳ ଆଲୁମିନା କମ୍ପାନୀ ପୋଲିସକୁ ପ୍ରଭାବିତ କରି ବିଭିନ୍ନ ମିଛ ଦଫା ଲଗାଇ ଜେଲ ପଠାଇବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ସାଂସଦ । ଅଣ୍ଡିରାକଞ୍ଚ ଗ୍ରାମର ସୁଲବତୀ ନାୟକ ଗର୍ଭବତୀ ଥିବା ବେଳେ ତାଙ୍କୁ ମିଛ କେସ ରେ ଜେଲ ପଠାଇ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ସେ ଏକ ଶିଶୁ ପୁତ୍ର କୁ ଜନ୍ମ ଦେଇ ମୃତ୍ୟୁବରଣ କରିଥିଲେ । ସୁଲବତୀ ନାଏକଙ୍କ ମୃତ୍ୟୁର କ୍ଷତିପୂରଣ ବାବଦକୁ ଏକ କୋଟି ଟଙ୍କା ,ସୁଲବତୀଙ୍କ ସ୍ୱାମୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ତାଙ୍କ ନବଜାତ ଶିଶୁର ସମସ୍ତ ଦାୟିତ୍ୱ କମ୍ପାନୀ ଓ ପୋଲିସ କର୍ତ୍ତୃପକ୍ଷ ନେବା ପାଇଁ ଦାବି କରିଛନ୍ତି ସାଂସଦ । ତା ସହ ପୋଲିସ ଏସଡ଼ିପିଓ ,ଅଣ୍ଡିରାକଞ୍ଚ ଆଇଆସି ଓ ଏସଆଇଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହା ସହ ସ୍ଥାନୀୟ ନିଯୁକ୍ତି , କଂସାରୀଗୁଡାରେ ଆଦିତ୍ୟ ବିର୍ଲାର ଦ୍ୱିତୀୟ ଆକୁମିନା ପ୍ରକଳ୍ପ ତୁରନ୍ତ ସ୍ଥାପନ ପରି ୬ ଦଫା ଦାବି ପୂରଣ କରିବାକୁ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି । ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆସନ୍ତା ଫେବୃଆରୀ ୬ ତାରିଖରେ ଉତ୍କଳ ଆଲୁମିନା କମ୍ପାନୀ ସମୁଖରେ ଆନ୍ଦୋଳନ ଓ ବିକ୍ଷୋଭ କରିବାକୁ ଚେତାବନୀ ଦେଇଛନ୍ତି ସାଂସଦ ।

Related posts

ଆରଏସପିରେ ଗ୍ୟାସ ଲିକ: ୨ ମୃତ

mahabharatanews

ବାଇକକୁ ପିଟିଲା କାର, ୨ ଗୁରୁତର

mahabharatanews

ପରଲୋକରେ କଟକର ପ୍ରଥମ ମେୟର ନିବେଦିତା ପ୍ରଧାନ 

mahabharatanews