ଭାରତ

‘ସେଲା ଟନେଲ’କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଖୋଲିଲା ବିଶ୍ୱର ସବୁଠୁ ଲମ୍ବା ଟନେଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ସବୁଠୁ ବଡ଼ ବାଇ-ଲେନ୍ ‘ସେଲା ଟନେଲ’କୁ ଉଦ୍ଘାଟନ କରିଛନ୍ତି। ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରି ଛନ୍ତି ।

 ଏହି  ଟନେଲର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ୨୦୧୯ ଫେବୃଆରୀରେ କରିଥିଲେ । ସେଲା ଟନେଲ ସମୁଦ୍ର ପତନରୁ ୧୩ ହଜାର ଫୁଟ  ଉପରେ ନିର୍ମାଣ ହୋଇଛି ।  ଏହା ଦ୍ୱାରା ଚୀନ ସୀମା ତୱାଙ୍ଗକୁ ଅତି ସହଜରେ  ପହଞ୍ଚି ହେବ ।  ଏଲଏସିର  ଅତି ନିକଟକୁ ଯିବା ଆସିବା ସହଜ ହେବ । ଯେତେବି  ଖରାପ ପାଣିପାଗ ହେଉ ନା କାହିଁକି ଏହି ଟନେଲ କାମ କରିବ  । ପ୍ରତିଦିନ ୩ ହଜାର କାର ୨ ହଜାର  ଟ୍ରକ ବିନା କୌଣସି ଟ୍ରାଫିକ ସମସ୍ୟାରେ ଟନେଲରେ ଯିବା ଆସିବା କରିପାରିବେ । ବିଆରଓ ପକ୍ଷରୁ ଏହି ଟନେଲର ନିର୍ମାଣ ହୋଇଛି । ଏଥିପାଇଁ ୮୨୫ କୋଟି ଖର୍ଚ୍ଚ ହୋଇଛି । ଟନେଲ ଭିତରେ ଘଣ୍ଟାକୁ  ୮୦ କିଲୋମିଟର ବେଗରେ ଗାଡି ଯିବା ଆସିବା କରିପାରିବ । ତେବେ ଏହା ଦୁନିଆର ଦବୁଠାରୁ ଲମ୍ବା ଡବଲ –ଲେନ ଟନେଲ । ଲୋକଙ୍କ ସୁବିଧା ପାଇଁ ଭେଣ୍ଟିଲେସନ ସିଷ୍ଟମ , ଆଲୋକ ବ୍ୟବସ୍ଥା ରହିଛି । ଏହି ଟନେଲ ଅରୁଣାଚଳର ପଶ୍ଚିମ କାମଙ୍ଗ ଜିଲ୍ଲାର ତୱାଙ୍ଗ  ଏବଂ ଦିରାଙ୍ଗ ମଧ୍ୟରେ ୧୨ କିମି ଦୂରତାକୁ କମ କରିବ  ।

Related posts

ଏୟାର ଇଣ୍ତିଆ କର୍ମଚାରୀଙ୍କୁ ନୂଆ ରୂପ ଦେବେ ମନୀଷ ମଲହୋତ୍ରା

mahabharatanews

ନୂଆବର୍ଷରେ ରିଲିଜ୍ ହୋଇଛି ‘ସ୍ପିରିଟ୍’ ଫିଲ୍ମର ପ୍ରଥମ ପୋଷ୍ଟର

mahabharatanews

ନିଜ ମୁଣ୍ଡ କାଟି ଅଗ୍ନିକୁଣ୍ଡରେ ଆତ୍ମବଳି ଦେଲେ ଦମ୍ପତି

mahabharatanews