(ଦିଲ୍ଲୀ) : ଆଜି ଏସୀୟ ଗେମ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀସ୍ଥିତ ଧ୍ୟାନଚାନ୍ଦ ନେସନାଲ ଷ୍ଟାଡିୟମରେ ଅପରାହ୍ନ ୪ ଟା ୩୦ରେ ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସବୁ ଆଥଲେଟଙ୍କୁ ସମ୍ବୋଧିତ କରିବେ ମୋଦି ।
ସୂଚନାନୁଯାୟୀ , ଚଳିତ ବର୍ଷ ଏସିଆନ୍ ଗେମସ୍ସରେ ଐତିହାସିତ ପ୍ରଦର୍ଶନ କରିଛି ଭାରତ । ମୋଟ୍ ୧୦୭ଟି ପଦକ ନିଜ ଭାରତ ନିଜ ନାଁରେ କରିଛି । ଯେଉଁଥିରେ ୧୮ଟି ସ୍ୱର୍ଣ୍ଣ, ୩୮ଟି ରୋପ୍ୟ ଏବଂ ୪୧ଟି ବ୍ରୋଞ୍ଜ ପଦକ ରହିଛି । ଓଡ଼ିଶାର କିଶୋର ଜେନା ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତୀୟ ସମସ୍ତ ଖେଳାଳି, ସେମାନଙ୍କ କୋଚ୍, ଭାରତୀୟ ଅଲିମ୍ପିକ୍ ଆସୋସିଏସନର ଅଧିକାରୀ, ଜାତୀୟ କ୍ରୀଡ଼ା ଫେଡେରେଶନର ପ୍ରତିନିଧୀ ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀମାନେ ଅଂଶଗ୍ରହଣ କରିବା ନେଇ ସୂଚନା ରହିଛି ।
