ଭାରତ

ମୃତ୍ୟୁ ପାଇଥିବା ୮ ନୌସେନାଙ୍କ ପରିବାରବର୍ଗଙ୍କୁ ଭେଟିଲେ ଏସ୍‌. ଜୟଶଙ୍କର

(ଦିଲ୍ଲୀ) : କତାର୍‌ରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ୮ଜଣ ପୂର୍ବତନ ଅଧିକାରୀଙ୍କ ପରିବାରବର୍ଗଙ୍କୁ ଆଜି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଭେଟି ସେମାନଙ୍କ ମୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ଭାରତ ସମସ୍ତ ପ୍ରୟାସ ଜାରି ରଖିବ ବୋଲି  କହିଛନ୍ତି।

ସୂଚନାନୁଯାୟୀ , ଟ୍ୱିଟରେ ସେ ଲେଖିଛନ୍ତି କତାର୍‌ରେ ଅଟକ ଥିବା ୮ଜଣ ଭାରତୀୟଙ୍କ ପରିବାରବର୍ଗଙ୍କୁ ଆଜି ସକାଳେ ଭେଟିଲି। ଏହି ମାମଲାରେ ଭାରତ ସରକାର ସର୍ବାଧିକ ଗରୁତ୍ବାରୋପ କରୁଥିବା କଥା କହିଛି। ସେମାନଙ୍କ ପରିବାରବର୍ଗଙ୍କ ଉଦ୍‌ବିଗ୍ନତା ଓ ବେଦନା କଥା ଶୁଣିଲି। ଗୁରୁତ୍ବ ଦେଇ କହିଛି ଯେ, ସେମାନଙ୍କ ମୁକ୍ତି ସୁନିଶ୍ଚିତ କରିବା ଲାଗି ଭାରତ ସରକାର ସବୁ ପ୍ରକାରର ପ୍ରୟାସ ଜାରି ରଖିବେ। ଏ ପ୍ରସଙ୍ଗରେ ସେମାନଙ୍କ ପରିବାରବର୍ଗଙ୍କ ସହିତ ନିବିଡ଼ ଆନ୍ତରିକତାର ସହ ସମନ୍ବୟ ରକ୍ଷା କରିବୁ।

Related posts

ଗତ ୨୪ ଘଣ୍ଟାରେ ଦେଶରୁ  ୧,୦୨୧ କରୋନା ସଂକ୍ରମିତ ଚିହ୍ନଟ 

mahabharatanews

ବିଦେଶ ଯାତ୍ରା କରିପାରିବେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌

mahabharatanews

ବିଶ୍ୱ ବଜାରରେ କମୁଛି ଅଶୋଧିତ ତୈଳ ଦର

mahabharatanews