ଓଡିଶା

ବିଚାରଧୀନ ବନ୍ଦୀଙ୍କ ଶିଶୁ ଚି଼ହ୍ନଟ ଓ ପରାମର୍ଶ କର୍ମଶାଳା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଳା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ସୋନପୁର ଉପକାରାଗାରରେ କଏଦୀ ଓ କର୍ମଚାରୀଙ୍କୁ ନେଇ ଏକ ପରାମର୍ଶ କର୍ମଶାଳା ତଥା କଏଦୀଙ୍କ ସମ୍ବେଦନଶୀଳ ଶିଶୁ ଚି଼ହ୍ନଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୋନପୁର ସବଜେଲ ସୁପରିଟେଣ୍ଡେଣ୍ଟ ଡିଲେଶ୍ୱର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଏକ୍ସପର୍ଟ କମିଟି ସଭ୍ୟ ନୀଳାମ୍ବର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିଶୁଙ୍କ କଲ୍ୟାଣ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା ବିଷୟରେ ବୁଝାଇଥିଲେ। କର୍ମଶାଳାରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ନୂତନ ଭାବରେ ଆରମ୍ଭ କରାଯାଇଥିବା କାରାଗାର ଶିଶୁ ମଙ୍ଗଳ ଯୋଜନା ବିଷୟରେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଉପସ୍ଥାପନା କରିଥିଲେ। ଏହି ଅବସରରେ କାରାଗାର ଅନ୍ତେବାସୀଙ୍କ ବିପଦସଙ୍କୁଳ ଅବସ୍ଥାରେ ଥିବା ଶିଶୁଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ସମନ୍ୱିତ ଶିଶୁ ବିକାଶ କାର୍ୟ୍ୟକ୍ରମ ଅଧିକାରୀ ଅନିତା ଗୁରୁ,ଜେଲ ପରିସରରେ ଥିବା ଜନ୍ମରୁ ୬ବର୍ଷ ଶିଶୁଙ୍କ ପାଇଁ ଆଇସିଡିଏସରେ ଥିବା ବ୍ୟବସ୍ଥା ବିଷୟରେ ବୁଝାଇଥିଲେ। ଶିଶୁ ମଙ୍ଗଳ କମିଟିର ଭାରପ୍ରାପ୍ତ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଜେଲ ଅନ୍ତେବାସୀଙ୍କ ଜୀବନଚଜ୍ୟା ବିଷୟରେ ଆଲୋଚନା କରିଥିଲେ। କମିଟି ସଦସ୍ୟ ରଞ୍ଜିତା ସାହୁ ଶିଶୁ ମଙ୍ଗଳ କମିଟିର ଦାୟିତ୍ୱ ଓ ଭୂମିକା ଉପରେ ବୁଝାଇଥିଲେ। ଜିଲ୍ଳା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ କେଶବ ମେହେର ଶିଶୁଙ୍କ ତାଲିକା କରିବା ସହ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଜେଲ କର୍ମଚାରୀ ସହଯୋଗ କରିଥିଲେ। ଏହି ଅବସରରେ କାରାଗାରରେ ଥିବା ୫ ଜଣ ଛଅ ମାସରୁ ଉର୍ଦ୍ଧ ଦିନ ଥିବା ଅନ୍ତେବାସୀଙ୍କ ୧୧ ଜଣ ଶିଶୁଙ୍କୁ ଚି଼ହ୍ନଟ କରାଯାଇଛି।

Related posts

୧୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

mahabharatanews

BMC ଅଫିସ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା

mahabharatanews

ମାଓବାଦୀଙ୍କ ବର୍ବରକାଣ୍ଡ; ଯୁବକଙ୍କୁ ଘରୁ ଡାକି ନେଇ କଲେ ହତ୍ୟା

mahabharatanews