ଓଡିଶା

କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍‌ସ୍‌ସ୍ପୋର୍ଟକୁ ପୁଣି ପୁରସ୍କାର

(ଭୁବନେଶ୍ୱର) : କ୍ରୁଟ୍‌କୁ ପୁଣି ପୁରସ୍କାର । ଶ୍ରେଷ୍ଠ ସହରାଞ୍ଚଳ ପରିବହନ ବ୍ୟବସ୍ଥା ପାଇଁ ପୁଣି ଥରେ ପୁରସ୍କୃତ ହୋଇଛି କ୍ରୁଟ୍ (କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍‌ସ୍‌ସ୍ପୋର୍ଟ) । ମୋ  ବସ୍’ ଓ ‘ମୋ’ ଇ-ରାଇଡ୍’ ସେବା ପାଇଁ ନୂଆଦିଲ୍ଲୀରେ ଆୟୋଜିତ ଅର୍ବାନ୍ ଇନ୍‌ଫ୍ରା ବିଜିନେସ୍ ସଵିଟ୍ ଆଣ୍ଡ ଆୱାର୍ଡସ୍ ଉତ୍ସବରେ କ୍ରୁଟ୍‌ର ମହାପ୍ର ପ୍ରବନ୍ଧକ  ସଞ୍ଜୟ ବିଶ୍ବାଳ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ସୂଚନାନୁଯାୟୀ , ଲଗାତାର ଦ୍ଵିତୀୟ ଥର ପାଇଁ କ୍ରୁଟ୍‌କୁ ଏହି ପୁରସ୍କାର ମିଳିଛି ଳିଛି | କ୍ରୁଟ୍ ‘ମୋ ବସ୍’ ଓ ‘ମୋ ଇ-ରାଇଡ୍’ ସେବା ଜରିଆରେ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ସହ ସମସ୍ତଙ୍କ ପାଇଁ ପରିବହନ ସେବା ଯୋଗାଇ ଲୋକପ୍ରିୟ ହୋଇପାରିଥିବା ପ୍ରକଳ୍ପ ଭାବେ ଏହି ସମ୍ମାନ ହାସଲ କରିଛି। ଏହି ସମ୍ମାନ ଆଗକୁ ଆହୁରି ଉନ୍ନତମାନର ସେବା ଯୋଗାଇ ଦେବାପାଇଁ ଉତ୍ସାହିତ କରିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ ପୁରସ୍କାର ଗ୍ରହଣ କରି ଖୁସି ବ୍ୟକ୍ତ କରିଛନ୍ତି  ।

Related posts

ମହାକାଳପଡାର ସଚେତନ ନାଗରିକଙ୍କ ସାମ୍ବାଦିକ ସମ୍ମିଳନୀ…

mahabharatanews

୨୦ରୁ ରାଜଧାନୀରେ ମିଳିବନି କଞ୍ଚା ପରିବା

mahabharatanews

ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା, ୧ ମୃତ

mahabharatanews