ବାଂଲାଦେଶରେ ସଂରକ୍ଷଣକୁ ନେଇ ଉତ୍ତେଜନା ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରେ। ହିଂସା ଏତେ ବଢ଼ିଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଆକ୍ରମଣ କରିଛନ୍ତି ବିକ୍ଷୋଭକାରୀ । ଇସ୍ତଫା ପରେ ଦେଶ ବି ଛାଡ଼ିଦେଲେ ଶେଖ୍ ହାସିନା । ଅତି ଗୁପ୍ତ ଭାବେ ଦେଶ ଛାଡ଼ିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ।
ତେବେ ହସିନା ଦୁର୍ଗ ଭୁଶୁଡ଼ିବା ପରେ ଲୋକଙ୍କ ଗଡ଼ ଜିଣିବାର ଖୁସି ବି କିଛି କମ୍ ନଥିଲା । ରାସ୍ତାକୁ ଓହ୍ଲାଇ ଖୁସି ଜାହିର କରିଛନ୍ତି ହଜାର ହଜାର ଆନ୍ଦୋଳନକାରୀ। କିଏ ସେନାର ସାଞ୍ଜୁଆ ଗାଡ଼ି ଉପରେ ଚଢ଼ିଛି, କିଏ ନାରାବାଜି କରୁଛି। ଏପଟେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶି ତାକୁ ଦଖଲକୁ ନେଇଛନ୍ତି ଶହ ଶହ ଆନ୍ଦୋଳନକାରୀ। ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଅନେକ ଦୃଶ୍ୟ। କିଏ ସୋଫାରେ ବସିଛି, କିଏ ପଲଙ୍କ ଅକ୍ତିଆର କରିଛି,କିଏ ବତକ ଧରିଛି । ଆଉ ପୁଣି କିଏ ହସିନାଙ୍କ ଶାଢ଼ୀ-ବ୍ଲାଉଜ୍ ପିନ୍ଧି କ୍ୟାମେରା ସାମ୍ନାରେ ପୋଜ୍ ଦେଉଛି । ଯାହାର ଯାହା ଇଚ୍ଛା ଉଠାଇ ନେଇ ଚାଲି ଯାଉଛନ୍ତି ।
#Bangladesh PM House looted as Sheikh Hasina flees to India; Protesters rushed into the compound, looting furniture and books while others rested on beds. Sarees, tea cups, TV sets, paintings were among the many items stolen by protesters at Sheikh Hasina’s palace in Dhaka. pic.twitter.com/9GhbjiCeeU
— Azaz mogal (News today digital) (@azaz_mogal) August 5, 2024
ବାଂଲାଦେଶର ଜନକ କୁହାଯାଉଥିବା ଶେଖ୍ ମୁଜିବୁର ରହେମାନଙ୍କ ଝିଅ ହେଉଛନ୍ତି ଶେଖ୍ ହସିନା। ସେ ସମଗ୍ର ବିଶ୍ବରେ ସବୁଠାରୁ ଦୀର୍ଘଦିନ ଧରି ଜଣେ ମହିଳା ଭାବେ ସରକାରର ମୁଖ୍ୟ ରହିଛନ୍ତି। ୧୯୭୫ରେ ତାଙ୍କ ବାପା ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଏକ ମିଲିଟାରି କୁପ୍ରେ ହତ୍ୟା କରାଯାଇଥିଲା। କେବଳ ହସିନା ଏବଂ ତାଙ୍କ ସାନ ଭଉଣୀ ବିଦେଶରେ ଥିବାରୁ ବଞ୍ଚି ଯାଇଥିଲେ। ସେହି ସମୟରେ ସେ ଭାରତରେ ଥିଲେ।
୧୯୮୧ରେ ସେ ବାଂଲାଦେଶ ଫେରିବାପରେ ଦେଶରେ ଅନ୍ୟ ରାଜନୈତିକ ଦଳ ସହ ହାତ ମିଳାଇ ଗଣତନ୍ତ୍ରକୁ ବଳ ଦେଇଥିଲେ। ୧୯୯୬ରେ ହସିନା ପ୍ରଥମେ କ୍ଷମତାକୁ ଆସିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ୨୦୦୧ରେ ସେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ବିଏନ୍ପି (ବାଂଲାଦେଶ ନେସନାଲିଷ୍ଟ୍ ପାର୍ଟି)ର ବେଗମ ଖଲିଦା ଜିଆଙ୍କଠାରୁ ହାରି ଯାଇଥିଲେ। ପରେ ଏକ କାମଚଳା ସରକାର ଅଧୀନରେ ନିର୍ବାଚନ ହେବା ସମୟରେ ୨୦୦୯ରେ ସେ ପୁଣିଥରେ କ୍ଷମତାକୁ ଆସିଥିଲେ। ୨୦୦୯ ମସିହାରୁ ହସିନା ଲଗାତାର ୩ ଥର ଜିତି ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପୂର୍ବରୁ ପ୍ରଥମ ଥର ପାଇଁ ୧୯୯୬ରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ।
