Uncategorized

ଭାରତରେ ବ୍ୟାନ ହେଲା ପବଜି ସମତେ ୧୧୮ଟି ଆପ୍

(ନୁଆଦିଲ୍ଲୀ): ଚାଇନା ଉପରେ ପୁଣି ଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କଲା ଭାରତ । ଭାରତରେ ପବଜି ସମତେ ୧୧୮ଟି ଚାଇନିଜ୍ ଆପକୁ ବ୍ୟାନ କରାଯାଇଛି । ଇଲୋକ୍ଟ୍ରୋନିକ୍ସ ଆଣ୍ଟ ଇନଫରମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟର କହିବା ମୁତାବକ ଏହି ଚାଇନିଜ୍ ଆପ୍ ସବୁକୁ ସୁଚନା ପ୍ରଯୁକ୍ତିବିଦ୍ୟା ଆଇନର ୬୯ଏ ଅଧୀନରେ ବ୍ୟାନ କରାଯାଇଛି । ତେବେ ଏହାର କାରଣ ଦର୍ଶାର୍ଇ କୁହାଯାଇଛି ଯେ, ଏହି ଗେମ୍ କିଛି ଭାରତ ବିରୋଧୀ କାର୍ଯ୍ୟକଳାପ ସହ ଜଡିତ ଥିଲା । ଯାହା ଭାରତର ସାର୍ବଭୌମତା, ଅଖଣ୍ଡତା, ପ୍ରତିରକ୍ଷା, ସୁରକ୍ଷା ଏବଂ ଜନଶୃଙ୍ଖଳା ପ୍ରତି ହାନିକାରକ ଥିଲା । ତେଣୁ କେନ୍ଦ୍ର ସରକାର ଏଭଳି ଏକ ପଦକ୍ଷେପ ନେଇଛନ୍ତି ।
ସୁଚନା ଯେ, ଗତ ୨୯-୩୦ ତାରିଖରେ ପୁଣି ଏଲଏସିରେ ତିକ୍ତତା ଚାଇନା ସୃଷ୍ଟି କରିବା ପ୍ରୟାସରେ କରିଛି । ଯେଉଁଥି ପାଇଁ ଦ୍ୱିପାକ୍ଷିକ ଆଲୋଚନା ଲଗାତର ଜାରି ରହିଛି । ଏହା ପୁର୍ବରୁ ମଧ୍ୟ ଲଦାଖ ସୀମାରେ ଚୀନର ଭାରତ ସହ ତିକ୍ତତାର କଡା ଜବାବ ଦେଇଥିଲା ଭାରତ । ଉତ୍ତରରେ ଲୋକପ୍ରିୟ ଆପ୍ ଟିକଟକ୍ ସମତେ ୫୯ଟି ଆପ୍ କୁ ବ୍ୟାନ କରାଯାଇଥିଲା । ଏହି ଆପ୍ ଗୁଡିକ ମାଧ୍ୟମରେ ଭାରତରୁ ଚୋରାରେ ତଥ୍ୟ ସଂଗ୍ରହ କରୁଥିଲା ଚୀନ । ଏଥିସହ ଏହି ଆପ୍ ସହାୟତାରେ ଚୀନ କୋଟି କୋଟି ଟଙ୍କା ଆୟ କରୁଥିଲା ।

Related posts

ଜିଲ୍ଲା ପ୍ରଶାସନକୁ ସୁପ୍ରିମ କୋର୍ଟଙ୍କ ଜବାବ ତଲବ

mahabharatanews

ଏଚ୧ଏନ୧ ସଂକ୍ରମଣ: ଭ୍ୟାକ୍ସିନ ନେବାକୁ ଜଷ୍ଟିସ ବୋବଡେଙ୍କ ପରାମର୍ଶ

mahabharatanews

ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା କରୋନା ସଂକ୍ରମଣ ୫.୫ ଲକ୍ଷ ହେବ

mahabharatanews

Leave a Comment