Uncategorized

ଆଜି ସୁନ୍ଦରଗଡ ଗସ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ରାଉରକେଲାସ୍ଥିତ ଉଦିତନଗର ହାଇସ୍କୁଲ ପରିଦର୍ଶନ କରିଥିଲେ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ହେଉଥିବା ୨୦୨୩ ପୁରୁଷ ହକି ବିଶ୍ୱକପ୍ ଖେଳ ଦେଖିବା ପାଇଁ ଖେଳ ଦେଖବବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସେ ଉତ୍ସାହିତ କରିଥିଲେ । ଏବଂ ୫୦୦ ବିଶ୍ୱକପ୍ ହକି ଖେଳର ଟିକେଟ ପିଲା ମାନଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନେ ବେଶ ଆନନ୍ଦର ସହ ପୁରୁଷ ବିଶ୍ୱକପ ହକି ଖେଳ ଉପଭୋଗ କରିଛନ୍ତି ।

Related posts

ଜେନେରାଲ ବିପିନ ରାୱତ ହେଲେ ପ୍ରଥମ ସିଡିଏସ

mahabharatanews

୫୦୦ ଏବଂ ୨୦୦୦ ଟଙ୍କିଆ ନୋଟରେ ଭର୍ତ୍ତି ରେଳ ଧାରଣା

mahabharatanews

ଦେବଦୂତ ସାଜିଲା କୁକୁର, ବର୍ଷାରେ ୮କିମି ଦୌଡ଼ି ବଞ୍ଚାଇଲା ମହିଳାଙ୍କ ଜୀବନ

mahabharatanews