ଓଡିଶା

ସରପଞ୍ଚଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶଂସା

କଚ୍ଚା ରାସ୍ତାକୁ ପକ୍କା କଲେ
ଜଳେଶ୍ୱର:ସ୍ଥାନୀୟ ସରପଞ୍ଚଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି। କାରଣ ଗାଁରେ ଥିବା କଚ୍ଚା ରାସ୍ତାକୁ ସରପଞ୍ଚ ଜଣଙ୍କ ପକ୍କା ରାସ୍ତାରେ ପରିଣତ କରିଛନ୍ତି। ଏହାଛଡା ରାସ୍ତା ନିର୍ମାଣର ସମସ୍ତ କାର୍ଯ୍ୟକୁ ନିଜେ ତଦାରଖ କରୁଛନ୍ତି। ସୂଚନା ଅନୁସାରେ ବସ୍ତା ବ୍ଲକ କରୁଆ ପଞ୍ଚାୟତର ସରପଞ୍ଚ ଜୟନ୍ତ ରଣା ନିର୍ବାଚନ ସମୟରେ ପଞ୍ଚାୟତବାସୀଙ୍କୁ ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ। ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ନିଜର ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ନିଜର ଦାୟିତ୍ୱ ଓ କର୍ତ୍ତବ୍ୟପରାୟଣତା ପାଇଁ ଅଞ୍ଚଳବାସୀଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ପଞ୍ଚାୟତରେ ସିଂଲା ହାଟ ଠାରୁ ମାଣିକପୁରା ଛକ ଭାୟା କରୁଆ ହୋଇ ରାସ୍ତାଟିଏ ସଂଯୋଗ କରିଛି। ତେବେ ଜିଟିଗିରି ଠାରୁ ମାଣିକପୁରା ପର୍ଯ୍ୟନ୍ତ ୮୦୦ ମିଟର ରାସ୍ତାଟି କଚ୍ଚା ରାସ୍ତା ରହିଥିଲା। ସାମାନ୍ୟ ବର୍ଷା ହେଲେ ରାସ୍ତାଟି କାଦୁଅ ପଚପଚ ହୋଇଯାଇଥାଏ। ସମ୍ପୃକ୍ତ ରାସ୍ତା ଉପରେ ୨୦ଟି ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି। କାରଣ ସମ୍ପୃକ୍ତ ରାସ୍ତାରେ ପ୍ରତିଦିନ ଅନେକ ଗାଡି ମଟର ଯାଆ ଆସ କରିଥାଏ। ଗମନାଗମନ ଦୃଷ୍ଟିରୁ ରାସ୍ତାଟି ଗୁରୁତ୍ୱପୂର୍ଣ୍ଣ ଥିଲେ ସୁଦ୍ଧା ଜରୁରୀକାଳୀନ ଗାଡି ଯଥା ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ଯାଇପାରିନଥାଏ। ତେବେ ଶ୍ରୀ ରଣା ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ପ୍ରଥମେ ଦୁଇ ଶହ ମିଟର ପର୍ଯ୍ୟନ୍ତ ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିଥିଲେ। ଏହାପରେ ବାକି ରାସ୍ତାକୁ ମୋରମ ପକାଇ ଲୋକଙ୍କ ଯାତାୟତ ଲାଗି ସୁଗମ କରିଛନ୍ତି। ଖାଲି ସେତିକି ନୁହେଁ ଟାଣ ଖରାରେ ମଧ୍ୟ ନିର୍ମାଣ ଶ୍ରମିକଙ୍କ ସହିତ ନିଜେ ଉପସ୍ଥିତ ରହି ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରୁଛନ୍ତି। ଯାହାକୁ ନେଇ ପଞ୍ଚାୟତବାସୀ ଓ ସାଧାରଣ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି।

Related posts

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଆହାତ

mahabharatanews

କୋଭିଡ ହେଲପ୍ ଲାଇନକୁ ଫୋନ କଲେ ମିଳୁନି ଉତ୍ତର

mahabharatanews

ଆଜାଦିକା ଅମୃତ ମହୋତ୍ସବ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ

mahabharatanews