ଓଡିଶା

କୋଲୱାସରୀ ବଦଳରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଗଣ ବିକ୍ଷୋଭ

ଅନୁଗୁଳ/ ସୁଧାକର ସାହୁ : କୃଷକ ଓ କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ । ସୂଚନା ଯେ, ଜେରେଙ୍ଗ ଦେହୁରୀ ସାହି ଗ୍ରାମ ପଞ୍ଚାୟତର ଭାଗିରଥିପୁର ମୌଜା,ଦୁର୍ଗାପୁର ପଞ୍ଚାୟତର ପାଣ ସାହି ମୌଜା, ଜରପଡା ପଞ୍ଚାୟତର କୁମୁରସିଙ୍ଗ ମୌଜାରେ ଜନ ସ୍ୱାର୍ଥ ବିରୋଧ କୋଇଲା ଢ଼ିପ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଜାରି ହୋଇଛି । ଏହି ଅଞ୍ଚଳ ଏକ କୃଷି ବହୁଳ ଅଞ୍ଚଳ, ଏଠିକାର ଅଧିବାସୀମାନେ ବିଭିନ୍ନ ପ୍ରକାର ପନିପରିବା, ଧାନ, ରବି ଫସଲ ଚାଷ ଓ ପଶୁପାଳନ କରି ପରିବାର ପ୍ରତି ପୋଷଣ କରନ୍ତି । ଏହି ଅଞ୍ଚଳରେ ଆଦିବାସୀ ଲୋକମାନେ ବାସଗୃହ ଓ ଚାଷ ଏବଂ ପଶୁପାଳନ ପାଇଁ ଜମି ଦଖଲ କରି ଜୀବିକା ନିର୍ବାହ କରିଥାନ୍ତି । ସେହି ଅଞ୍ଚଳରେ ରେଳ କରିଡ଼ର ଓ ରାସ୍ତା ପ୍ରଶସ୍ତିକରଣ, କୋଇଲା ଖଣି ଓ କୋଲୱାସରି ପ୍ରତିଷ୍ଠା ନିମନ୍ତେ ଜମି ଅଧିଗ୍ରହଣ ହେବାକୁ ଯାଉଛି । ଫଳରେ ଲୋକମାନେ ଭିଟାମାଟି ଚାଷଜମି ହରାଇବେ ବୋଲି ସ୍ଥାନୀୟ ବାସୀଙ୍କର ଅଭିଯୋଗ । ଧୂଳି, ଧୂଆଁ ପାଉଁଶ ର ବିଷ ବଳୟରେ ପରିବେଶ ପ୍ରଦୂଷଣ ହୋଇ କୃଷି କାର୍ୟ୍ୟ ବାଧାପ୍ରାପ୍ତ ହେବାସହ, ଜଣସାଧାରଣ ମାରାତ୍ମକ ରୋଗରେ ଆକ୍ରାନ୍ତ ହେବେ ବୋଲି ଗ୍ରାମବାସୀଙ୍କୁ ଅଭିଯୋଗ । ଯାହା ଫଳରେ ଆଜି ଜିଲ୍ଲାପାଳ ଙ୍କ କାର୍ୟ୍ୟଳୟ ସମ୍ମୁଖରେ ଗଣ ବିକ୍ଷୋଭ କରିଛନ୍ତି । ସ୍ଥାନୀୟ ଅଧିବାସୀଙ୍କ ଦାବି ଯେ କୋଲୱାସରୀ ବଦଳରେ ସେହି ସ୍ଥାନରେ ଶୀତଳ ଭଣ୍ଡାର ସ୍ଥାପନ କରିବା ନେଇ ଦାବି କରିଛନ୍ତି ।

Related posts

ସ୍ୱାସ୍ଥ୍ୟକେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ ଆହତ

mahabharatanews

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ସର୍ବଦଳୀୟ ବୈଠକ

mahabharatanews

ନାବାଳିକାକୁ କଚାଡି ମାରିଲା ହାତୀ

mahabharatanews