(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ୮ ହଜାର ପାର୍ କରିସାରିଲାଣି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୨୬୫ଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ପୁରୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୫୨ ଛୁଇଁଛି । ଗୋଟେ ପଟେ ସଂକ୍ରମିତଙ୍କ ସଂଖ୍ୟାରେ ରୋକ୍ ଲାଗୁ ନଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏଯାବତ୍ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ ରେ ପହଞ୍ଚିଛି । ବର୍ତ୍ତମାନ ଜିଲ୍ଳାରେ ୬୯୬୧ ଜଣ ସୁସ୍ଥ ହୋଇଥିବା ବେଳେ ୧୬୫୦ ଟି ଆକ୍ଟିଭ୍ କେସ୍ ରହିଛି ।
ସେହିପରି ମୋଟ ୮୨,୫୮୩ ଟି ସାମ୍ପଲ୍ ସଂଗ୍ରହ ହୋଇ ପରୀକ୍ଷା ହୋଇଛି । ତେବେ ପୁରୀ ଜିଲ୍ଲାରେ ପୌରାଞ୍ଚଳରେ ସର୍ବାଧିକ କରୋନା ସଂକ୍ରମିତ ତଥା ୨୯୩୯ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆରୋଗ୍ୟ ହାର ୮୦.୪୫ ପ୍ରତିଶତ ରହିଛି । ପୁରୀର ସହରାଞ୍ଚଳରେ ସଂକ୍ରମଣ ହାର ଅଧିକ ରହିଥିବାରୁ ତାହା ଚିନ୍ତାର ବିଷୟ ପାଲଟିଛି । ସଂକ୍ରମିତଙ୍କ ସଂଖ୍ୟାନୁସାରେ ପୁରୀ ଜିଲ୍ଲା ଚତୁର୍ଥ ସ୍ଥାନରେ ରହିଛି ।
previous post
next post