ଓଡିଶା

 ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି, ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ 

(ପୁରୀ) : ଆଜି ଧନୁ ସଂକ୍ରାନ୍ତି । ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ଧନୁ ସଂକ୍ରାନ୍ତି ଠାରୁ ଜାନୁଆରୀ ୧୪ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ପହିଲି ଭୋଗ ନୀତି ପାଳନ କରାଯିବ । ଆଜି ପହିଲି ଭୋଗରେ ୩୨ ପ୍ରକାରର ପିଠା ଲାଗି କରାଯାଇଥାଏ ।

ସୂଚନାନୁଯାୟୀ , ସକାଳୁ ସକାଳୁ ରାମକୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଉଛନ୍ତି ମା’ଯଶୋଦା । ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରିଛି । ପୌରାଣିକ କମ୍ବଦନ୍ତୀ ଅନୁସାରେ, ଦ୍ୱାପର ଯୁଗରେ ମା’ଯଶୋଦା ଆଜିର ଦିନରେ କୃଷ୍ଣ ବଳରାମଙ୍କୁ ପିହିଲି ଭୋଗ ଖୁଆଇଥିଲେ।

Related posts

ଭାସିଗଲା ଯବାନଙ୍କ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୩୦ ଯବାନ

mahabharatanews

ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ

mahabharatanews

ଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ଜାତୀୟ ପ୍ରେସ ଦିବସ

mahabharatanews