(ପୁରୀ) : ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ନୀତି ଯୋଗୁଁ ପ୍ରଶାସନ ପକ୍ଷରୁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି । ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ଗୁପ୍ତନୀତି ଖସାପଡ଼ା ନୀତି ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
ପ୍ରଶାସନର ସୂଚନା ଅନୁସାରେ, ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଯୋଗୁଁ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି ।ଖସାପଡ଼ା ନୀତି କ’ଣ ଏହା ଶ୍ରୀଜିଉଙ୍କର ଏକ ଗୁପ୍ତ ନୀତି । ଏଥିପାଇଁ ପୂର୍ବଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥାନ୍ତି । ଶୁଦ୍ଧସୁଆର ଖଳି, କଇଁଥ, ଅଠା ଯୋଗାଇଥାନ୍ତି । ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାରା ବନ୍ଦ କରାଯାଏ । ବେହେରଣ ଦ୍ୱାରା ଦେଇ ଦିଇତାପତିମାନେ ଗର୍ଭଗୃହକୁ ଯାଇ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଗୁପ୍ତ ନୀତି ସମ୍ପନ୍ନ କରିଥାନ୍ତି । ଏହି ସମୟରେ ଧଳାକନା, ଖଳି ଏବଂ କଇଁଥ ଅଠାର ବ୍ୟବହାର କରି ମହପ୍ରଭୁଙ୍କ ଶ୍ରୀଅଙ୍ଗରକୁ ସାଜାଇଥାଏ ।
