ଓଡିଶା

ରଥଯାତ୍ରା : ଆଉ ମାତ୍ର ୩୫ ଦିନ 

(ପୁରୀ) :  ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଅଳ୍ପ ଦିନ। ଭକ୍ତ ନିଜର ଧର୍ଯ୍ୟ  ହରେଇ ବସିଲାଣି ଚକାନୟନକୁ ଦେଖିବାକୁ । ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ  ଶେଷରେ ପହଞ୍ଚିଛି। ତିନି ରଥର ତୁମ୍ବରେ ବିନ୍ଧ କାର୍ଯ୍ୟ ଶେଷ ହୋଇଥିବାରଥଖଳାରେ ରବିବାର ସୁଦ୍ଧା ତିନି ରଥର ୪୨ଟି ଚକ ମଧ୍ୟରୁ ୩୩ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୧୨ତମ ଚକର ତୁମ୍ବ ଅରରେ ପଇ ପିନ୍ଧା ସରି ତୁମ୍ବ ଅଖ ବିନ୍ଧରେ ଠେକ ତୁଲିଆ କାର୍ଯ୍ୟ ଜାରି ରହିଛି। ୧୩ତମ ଚକର ତୁ୍ମ୍ବରେ ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇଛି।

ସୂଚନାନୁଯାୟୀ , ଦର୍ପଦଳନ ରଥର ଶନିବାର ସୁଦ୍ଧା ୯ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ରବିବାର ୧୦ମ ଚକର ତୁମ୍ବରେ ପଇ ପିନ୍ଧା ସରି ତୁମ୍ବ ଅଖ ବିନ୍ଧର ଠେକ ତୁଲିଆ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସେହିପରି ନନ୍ଦିଘୋଷ ରଥର ମୋଟ୍‌ ୧୬ ଟି ଚକରୁ ୧୩ ଟି ଚକ ନିର୍ମାଣ ଶେଷ ହୋଇଛି। ୧୪ତମ ଚକ ପାଇଁ ପଇ ବିନ୍ଧ ଜାରି ରହିଛି। ତିନିରଥର ରୂପକାର ସେବକ ତିନିରଥ ପାଇଁ ଉଦ୍ଦିଷ୍ଟ କୋଣ ଗୁଜଗୁଡ଼ିକରେ ନୃସିଂହ ରୂପ ଖୋଦେଇ ଜାରି ରଖିବା ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡିକର ପଲିସ କାର୍ଯ୍ୟ ଜାରି ରଖିଛନ୍ତି।

Related posts

ର୍ଦୁବୃତ୍ତଙ୍କ ଆକ୍ରମଣ ଦୋକାନୀ ଗୁରୁତର

mahabharatanews

ଅନ୍ଲାଇନ ଓ ଅଫଲାଇନ ହେବ +୨ଖାତା ଦେଖା

mahabharatanews

ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ନମ୍ବର-୧ ରାଜ୍ୟ: ଅର୍ଥମନ୍ତ୍ରୀ

mahabharatanews