ଓଡିଶା

ରଥଯାତ୍ରା : ଆଉ ମାତ୍ର ୩୨ ଦିନ

(ପୁରୀ) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଅଳ୍ପ ଦିନ। ଭକ୍ତ ନିଜର ଧର୍ଯ୍ୟ  ହରେଇ ବସିଲାଣି ଚକାନୟନକୁ ଦେଖିବାକୁ । ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ  ଶେଷରେ ପହଞ୍ଚିଛି। ରଥ ନିର୍ମାଣ କାର୍ଯ୍ୟକୁ ଆଜି ୨୩ ଦିନ ପୂରିଛି। ବୁଧବାର ଦିନ ତିନି ରଥର ୪୨ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ୪୨ରୁ ୩୮ ଚକ ନିର୍ମାଣ ଶେଷ ହୋଇଥିଲା। ଆଜି ବାକି ୪ ଚକ ନିର୍ମାଣକୁ ମହାରଣା ସେବକମାନେ ଶେଷ ସ୍ପର୍ଶ ଦେଉଛନ୍ତି।

ସୂଚନାନୁଯାୟୀ, ଦର୍ପଦଳନ ରଥ ଓ ନନ୍ଦିଘୋଷ ରଥର ଗୋଟିଏ ଲେଖାଏଁ ଚକ କାମ ଜାରି ରହିଥିବାବେଳେ ଏହାର ଅରରେ ପଇ ପିନ୍ଧା ସରି ପଇ କଳସା କାମ ଜାରି ରହିଛି। ତିନିରଥର ଆବଶ୍ୟକ ସଂଖ୍ୟକ ଅଖ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Related posts

ଚାଲିଛି ଗୁପ୍ତ ସେବା, ଶ୍ରୀଜିଉଙ୍କୁ ଲାଗି ହେବ ଓଷ

mahabharatanews

ମହିଳା ଆଇଆଇସିଙ୍କ ଠାରୁ ଚେନ ଲୁଟ ମାମଲାରେ ୨ଅଭିଯୁକ୍ତ ଗିରଫ

mahabharatanews

ଇବ୍ ନଦୀରୁ ମିଳିଲା ନିଖୋଜ ୩ ଜଣଙ୍କ ମୃତଦେହ 

mahabharatanews