ଓଡିଶା

ଇବ୍ ନଦୀରୁ ମିଳିଲା ନିଖୋଜ ୩ ଜଣଙ୍କ ମୃତଦେହ 

(ସୁନ୍ଦରଗଡ଼) : ମିଳିଲା ଇବ୍ ନଦୀରୁ ନିଖୋଜ ୩ ଜଣଙ୍କ ମୃତଦେହ । କାକା ଓ ୨ ନାବାଳକ ପୁତୁରାଙ୍କ ମୃତଦେହ ମିଳିଲା । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ମୃତଦେହ ଉଦ୍ଧାର ହୋଇଛି । କାଲି ପରିବାର ସହ ବୁଲିବାକୁ ଆସି ୩ ଜଣ ଭାସି ଯାଇଥିଲେ । ସୁନ୍ଦରଗଡ଼ ସହର ସେମିନା ନିକଟ ଇବ୍ ନଦୀରେ ବୁଡ଼ିଯାଇଥିଲେ ।

ସୂଚନାନୁଯାୟୀ , ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟରୁ ପରିବାର ସହ ଭୋଜି କରିବା ପାଇଁ ସେମାନେ ଯାଇଥିଲେ । ଭୋଜି ସାରି ଇବ୍ ନଦୀରେ ଗାଧୋଇବା ପାଇଁ ଯାଇଥିଲେ କକା ଓ ପୁତୁରା । ତିନି ଜଣ ନଦୀରେ ଗାଧୋଇବା ବେଳେ ହଠାତ୍ ନଦୀ ପାଣିରେ ବୁଡି ଯାଇଥିଲେ। ଗତକାଲି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥଲା। ଅନ୍ଧାର ହୋଇଯାଇଥିବାରୁ ଗତକାଲି ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଆଜି ପୁଣି ରେସକ୍ୟୁ ଅପରେସନ୍ କରାଯାଇଥିଲା। ଶନିବାର ଏମାନେ ପରିବାର ସହ ଭୋଜି କରିବାକୁ ଆସିଥିବାବେଳେ ଭାସିଯାଇଥିଲେ। କିଛି ସମୟ ପରେ ତିନି ଜଣ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥଲେ । ସେମାନଙ୍କ ମୃତଦେହ ଉଦ୍ଧାର ପରେ ଗାଁରେ ଶୋକାକୂଳ ପରିବେଶ ।

Related posts

ହସ୍ତଶିଳ୍ପ କାରିଗରଙ୍କୁ ରାସନ ସାମଗ୍ରୀ ପ୍ରଦାନ

mahabharatanews

ବନ୍ୟା ଲାଗି ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ବନ୍ଦ

mahabharatanews

ରାଜ୍ୟର ଯୁକ୍ତ ୩, ପିଜି ପରୀକ୍ଷା ବାତିଲ

mahabharatanews