ଓଡିଶା

ଶ୍ରୀ ମନ୍ଦିର ପ୍ରକଳ୍ପ ପ୍ରତିଷ୍ଠା: ଆଜି ଅଙ୍କୁର ପୂଜନ

(ପୁରୀ) :  ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବର ପର୍ବ ଗତକାଲି ଠାରୁ ହୋଇଛି । ଯଜ୍ଞ କାର୍ଯ୍ୟ ପାଇଁ ସରିଛି ଆଚାର୍ଯ୍ୟ ବରଣ । ଶ୍ରୀନଅର ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟ ବରଣ କରିବା ସହ ଗୁଆ ଟେକିଛନ୍ତି । ଏହା ପରେ ଅଙ୍କୁରରୋପଣ ହୋଇଛି ।

ସୂଚନାନୁଯାୟୀ , ଆଜି ଦିନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁର ପୂଜନ ହେବ । ୧୫ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ । ୧୫ତାରିଖ ସକାଳ ସାଢ଼େ ୭ଟାରୁ ୧ଟା ମଧ୍ୟରେ ଅଖଣ୍ଡଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ଵାରା ବ୍ରାହ୍ମଣ ବରଣ ଓ ମଣ୍ଡଳପୂଜନ ହେବ । ଏହାସହ ଶ୍ରୀମନ୍ଦିର ଚାରିଦୁଆରରେ ଵେଦ ପାରାୟଣ ଓ ଅନ୍ତଃପ୍ରଦିକ୍ଷଣ ପଥରେ ନାମ ସଂକୀର୍ତ୍ତନ ହେବ । ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ ହେବ । ୧୭ତାରିଖ ବୁଧବାର ସକାଳ ୭ଟା ରୁ ଆରମ୍ଭ ହୋଇଯିବ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ । ଅପରହ୍ନ ୧.୧୫ରୁ ୧.୩୦ମଧ୍ୟରେ ଶୁଭ ମୁହୂର୍ତ୍ତରେ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related posts

ଝିମିଟି ଖେଳରୁ ମହାଭାରତ

mahabharatanews

ମଣିଷଖିଆ ବାଘର ଉତ୍ପାତ ,ନାବାଳକ ପରେ ଏବେ ମହିଳାଙ୍କ ପାଳି   

mahabharatanews

ଦୁଃଖ କଷ୍ଟକୁ ପଛରେ ପକାଇ ଆଠଗଡ ପାଳନ କରାଯାଇଛି ଶ୍ରମିକ ଦିବସ

mahabharatanews