ମନୋରଞ୍ଜନ

ସ୍ଥଗିତ ରହିଲା ଫିଲ୍ମ ‘ପୁଷ୍ପା: ଦି ରୁଲ’ର ସୁଟିଂ

(ମୁମ୍ବାଇ) : ଆହତ ହେଲେ  ସାଉଥର ଷ୍ଟାଇଲିସ୍ ଷ୍ଟାର ଅଲ୍ଲୁ ଅର୍ଜୁନ  । ସେ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା: ଦି ରୁଲ’ର ସୁଟିଂରେ ବ୍ୟସ୍ତ ରହିଥିବା ବେଳେ ଫିଲ୍ମ ‘ପୁଷ୍ପା: ଦି ରୁଲ’ର ସୁଟିଂ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। କାରଣ ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟର ସୁଟିଂ କରିବା ସମୟରେ ଅଲ୍ଲୁ ଅର୍ଜୁନ ଆହତ ହୋଇଥିଲେ।

ସୂଚନାନୁଯାୟୀ , ଆକ୍ସନ ଦୃଶ୍ୟର ସୁଟିଂ କରୁଥିବା ସମୟରେ ଅଲ୍ଲୁ ଅର୍ଜୁନଙ୍କ ପିଠିରେ ଗଭୀର ଆଘାତ ଲାଗିଥିଲା। ଏହି କାରଣରୁ ଡାକ୍ତରମାନେ ତାଙ୍କୁ ବର୍ତ୍ତମାନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏବେ ଫିଲ୍ମର ସୁଟିଂ ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ। ତେବେ ଫିଲ୍ମ ‘ପୁଷ୍ପା: ଦି ରୁଲ’ ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ପ୍ରେକ୍ଷାଳୟକୁ ଆସିବ।ଫଳରେ ନିର୍ମାତାମାନେ ସୁଟିଂକୁ କିଛି ଦିନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସୁଟିଂ ବିଳମ୍ବରେ ଶେଷ ହେବା ସହ ବିଳମ୍ବରେ ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି।

Related posts

ପୁଣି ଭାଇରଲ ହେଲା ଦୀପିକାଙ୍କ ଫୋଟୋ

mahabharatanews

ଚେନ୍ନାଇରେ ଜୀବନଯାତ୍ରା ଠପ୍, ଫସିଲେ ଅମିର ଖାନ୍

mahabharatanews

କରୋଲିନା ବାଏଲସ୍କା ଜିତିଲେ ‘ମିସ୍ ୱାର୍ଲ୍ଡ ୨୦୨୧’ ଟାଇଟଲ୍

mahabharatanews