ଅପରାଧଓଡିଶା

ଉଗ୍ର ରୂପ ନେଲା ସ୍ୱାମୀ ସ୍ତ୍ରୀଙ୍କ ଝଗଡା, ସ୍ତ୍ରୀର ମୁଣ୍ଡଗଣ୍ଡି କଲା ଅଲଗା

ଗଜପତି: ବଚସା ହେଲା କାଳ । ଛୋଟ ବଚସାରୁ ଉଗ୍ର ରୂପ ନେଲା ସ୍ୱାମୀ ସ୍ତ୍ରୀଙ୍କ ଝଗଡା । ଆଉ ବଚସାରୁ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲା ପିଶାଚ ସ୍ୱାମୀ । ହତ୍ୟା କରିବାପରେ ସ୍ତ୍ରୀର କଟାମୁଣ୍ଡ ଆଣି ଘର ସାମ୍ନାରେ ରଖିବା କହିଛନ୍ତି ଦେଖେଣାହାରୀ । ଏହିଭଳି ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ ସାରା ଗ୍ରାମରେ । ନିଜ ୩୦ ବର୍ଷୀୟା ସ୍ତ୍ରୀ ଉର୍ମିଳା କାର୍ୟୀକୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର କାର୍ୟୀ। ସେ ଟାଙ୍ଗିଆରେ ତାର ସ୍ତ୍ରୀର ଗଣ୍ଡି ଓ ମୁଣ୍ଡ ଅଲଗା କରି ଦେଇଛି। ଆଜି ସକାଳେ ଦୁହେଁ ବିଲକୁ ଯାଇଥିଲେ। ଜମିବାଡ଼ି ଘଟଣାକୁ ନେଇ ସ୍ତ୍ରୀ ସହ ଚନ୍ଦ୍ରଶେଖରର ବଚସା ହୋଇଥିଲା। ତାପରେ ଉତକ୍ଷିପ୍ତ ହୋଇ ସେ ଏଭଳି କାଣ୍ଡ ଭିଆଇଥିବା ଜଣାଯାଇଛି। ନିଜ ବିଲରେ ସ୍ତ୍ରୀର ମୃତଦେହ ପଡ଼ିଛି। ସକାଳ ପ୍ରାୟ ୮ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଖବର ପାଇ କାଶୀନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Related posts

ବରୀରୁ ୧୪୪୩ ସ୍ୱାବ ସଂଗ୍ରହ,୧୦୧୬ ନେଗେଟିଭ

mahabharatanews

୨୫ ଯାଏ ସମୁଦ୍ରକୁ ମନା

mahabharatanews

ଭୁବନେଶ୍ବର ମହାନଗର ନିଗମରେ ୨୨ ସଂକ୍ରମିତ

mahabharatanews