(ଭୁବନେଶ୍ୱର) : ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ । ୨୬ ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ । ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ । ଶପଥ ଗ୍ରହଣ ପୂର୍ବରୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରି ଆଶିଷ ନେଇଥିଲେ ନୂଆ ରାଜ୍ୟପାଳ ରଘୁବର ଦାସ ।
ସୂଚନାନୁଯାୟୀ , ଏହା ପରେ ପୂର୍ବାହ୍ନ ୧୧.୪୫ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ରଘୁବର ଓଡ଼ିଶାର 26 ତମ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରି ଶପଥ ନେଇଛନ୍ତି । ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ, ମୋଦି କହିଲେ ଆମେ ଆମେ ସର୍ବଦା ତାଙ୍କ ପାଖରେ ଋଣି ରହିବୁ ଏହା ପୂର୍ବରୁ ଗତକାଲି ରାଜଭବନରେ ପହଞ୍ଚିଥିଲେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ।
