ଭାରତ

କୁଲି ବନି ଲୋକଙ୍କ ଜିନିଷ ଉଠାଇଲେ ସାଂସଦ ରାହୁଲ ଗାନ୍ଧି

(ଦିଲ୍ଲୀ) : କୁଲି ପୋଷାକ ପିନ୍ଧି ଲୋକଙ୍କ ଜିନିଷପତ୍ର ମଧ୍ୟ ଉଠାଉଛନ୍ତି  ସାଂସଦ ରାହୁଲ ଗାନ୍ଧି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଶୁକ୍ରବାର ସକାଳେ ଆନନ୍ଦ ବିହାର ରେଳ ଷ୍ଟେସନରେ  । ରାହୁଲ ସେଠାରେ ଥିବା କୁଲି ମାନଙ୍କୁ ଭେଟିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସମୟରେ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁଯାୟୀ, କଂଗ୍ରେସ ଏହାର ଅଫିସିଆଲ୍ ସୋସିଆଲ ମିଡିଆ ସାଇଟ୍ ‘X’ରେ ଏହାର ଭିଡିଓ ଏବଂ ଫଟୋ ସେୟାର କରିବା ସହ ଲେଖିଛି, ଜନନାୟକ ରାହୁଲ ଗାନ୍ଧି ଆଜି ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ ତାଙ୍କର କୁଲି ବନ୍ଧୁମାନଙ୍କୁ ଭେଟିଥିଲେ। ଆଜି ରାହୁଲ ଜୀ ସେମାନଙ୍କ ପାଖରେ ପହଞ୍ଚି ଅନେକ ସମୟ ବିତାଇଥିଲେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଭରତ ଯୋଡୋ ଯାତ୍ରା ଜାରି ରହିଛି…।

 

Related posts

ଥମୁନି ମଣିପୁର ହିଂସା : ଗୁଳି କରି ୩ଜଣଙ୍କୁ ହତ୍ୟା 

mahabharatanews

ହରର ଫିଲ୍ମରେ ନଜର ଆସିବେ ପ୍ରଭାସ

mahabharatanews

ଆରପାରିରେ ମାଲାୟାଲମ୍ ଅଭିନେତା

mahabharatanews