ଭାରତ

ନାମାଙ୍କନ ଭରିଲେ ରାହୁଲ ଗାନ୍ଧି 

(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ମା’ ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ନାମାଙ୍କନ ସମୟରେ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ।

ସୂଚନାନୁଯାୟୀ , ଏହି ଆସନରୁ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି। ଦିନେଶ ପ୍ରତାପ ୨୦୧୯ରେ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢ଼ିଥିଲେ। ଆମେଥି ଆସନରୁ ଟିକେଟ ଦିଆଯାଇଛି। ସୋନିଆ ଗାନ୍ଧି ରାୟବରେଲିରୁ ସାଂସଦ ଅଛନ୍ତି। ବର୍ତ୍ତମାନ ସେ ରାଜ୍ୟସଭାକୁ ଯିବା ପରେ ଏହି ଆସନ ଖାଲି ପଡ଼ିଛି। ୨୦୧୯ ନିର୍ବାଚନରେ କଂଗ୍ରେସ ରାଏବରେଲିରୁ ଜିତିଥିଲା, କିନ୍ତୁ ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ହାତରେ ରାହୁଲଙ୍କୁ ଆମେଥିରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ଏଥର ଶେଷ ମୂହୂର୍ତ୍ତ ପର୍ଯ୍ୟନ୍ତ ଏହି ଦୁଇଟି ଆସନର ପ୍ରାର୍ଥୀଙ୍କ ନାମକୁ ଗୁପ୍ତ ରଖିଥିଲା କଂଗ୍ରେସ ।

Related posts

 କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ଜାମାତା ରବର୍ଟ ଭଦ୍ରା  

mahabharatanews

ଆମ ନାଗରିକଙ୍କ ପ୍ରତି ମୋର ନୈତିକ କର୍ତ୍ତବ୍ୟ ରହିଛି: ଏସ ଜୟଶଙ୍କର

mahabharatanews

ହିମସ୍ଖଳନ: ବରଫ ତଳେ ପର୍ଯ୍ୟଟକ

mahabharatanews