ଭାରତ

 କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ଜାମାତା ରବର୍ଟ ଭଦ୍ରା  

(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ହାଇପ୍ରୋଫାଇଲ ଆମେଥି ଆସନରୁ ନିର୍ବାଚନ ଲଢ଼ିବା ନେଇ ଅନିଶ୍ଚିତତା ବଜାୟ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ର ଅଧୀନରେ ରହିଛି ଏବଂ ସେ ଏହାର ନିଷ୍ପତ୍ତିକୁ ମାନିବେ। ଏକଦା ରାହୁଲ ଗାନ୍ଧୀଙ୍କ ଗଡ଼ କୁହାଯାଉଥିବା ଆମେଥି ଆସନରୁ ବିଜେପି ସ୍ମୃତି ଇରାନୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ।

ଅନ୍ୟପକ୍ଷରେ ଏହି ଆସନରୁ ଗାନ୍ଧୀ ପରିବାରର ଜାମାତା ରବର୍ଟ ଭଦ୍ରା ମଧ୍ୟ ପ୍ରାର୍ଥୀ ହୋଇପାରନ୍ତି ବୋଲି ସଙ୍କେତ ମିଳିଛି। ସମାଜବାଦୀ ପାର୍ଟି(ସପା) ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ସିଇସି ଏବଂ କଂଗ୍ରେସ ଅଧ୍ୟକ୍ଷ ମୋତେ ଯାହା କରିବାକୁ କହିବେ, ମୁଁ ତାହା କରିବି। କେରଳର ୱାୟନାଡରୁ କଂଗ୍ରେସ ଦ୍ୱାରା ପୁନର୍ବାର ପ୍ରାର୍ଥୀ ହୋଇଥିବା ରାହୁଲ ଆମେଥିରୁ ମଧ୍ୟ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ସପା ସହଯୋଗରେ କଂଗ୍ରେସ ଏହି ଆସନ ପୁଣି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ରାହୁଲ ଗାନ୍ଧୀ ୨୦୦୪ ପରଠାରୁ ଲଗାତାର ତିନି ଥର ଆମେଥି ଆସନରୁ ବିଜୟୀ ହୋଇଛନ୍ତି। ତେବେ ୨୦୧୯ରେ ଇରାନୀ ଏହି ଆସନରୁ ୫୫ ହଜାର ଅଧିକ ଭୋଟରେ ବିଜୟୀ ହୋଇଥିଲେ।

Related posts

ଆଜି ଗଗନୟାନ ପରୀକ୍ଷଣ 

mahabharatanews

ଅଯୋଧ୍ୟାରେ ଭୋରୁ ଅସମ୍ଭଵ ଭିଡ଼ 

mahabharatanews

ବାତ୍ୟା ମିଚାଉଙ୍ଗ୍; ୫୪ଟି ଟ୍ରେନ ବାତିଲ

mahabharatanews