ଓଡିଶା

ଓଡ଼ିଶାକୁ ମିଳିବ ୧୦,୫୩୬ କୋଟି

(ଦିଲ୍ଲୀ) : ୟୁପିଏ ସରକାର ଅମଳରେ ରେଳ ବଜେଟରେ ଓଡ଼ିଶା ପରି ଗୁରୁ୍ତ୍ବପୂର୍ଣ୍ଣ ରାଜ୍ୟକୁ କ୍ରମାଗତଭାବେ ଅବହେଳା କରାଯାଉଥିଲା । କିନ୍ତୁ ମୋଦୀ ସରକାର ଅମଳରେ ଓଡ଼ିଶାରେ ଦ୍ରୁତ ଗତିରେ ରେଳ ବିକାଶ କାମ ଆଗେଇ ଚାଲିଛି ବୋଲି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ କହିଛନ୍ତି । ସେ କହିଛନ୍ତି ଓଡ଼ିଶାର କଟକ-ଭୁବନେଶ୍ବର-ପୁରୀରେ ବନ୍ଦେ ମେଟ୍ରୋ ଚଳାଚଳ କରିବ । ତାପରେ ରାଉରକେଲା-ସମ୍ବଲପୁର-ଝାରସୁଗୁଡ଼ା କିମ୍ବା ତାଳଚେର ଅନୁଗୁଳରେ ଚଳାଚଳ ବିଷୟରେ ବିଚାର କରାଯିବ । ଓଡ଼ିଶାରେ ନୂଆ ପ୍ରକଳ୍ପ ପାଇଁ ୫୨ ହଜାର କୋଟି ବିନିଯୋଗ ହେବ ।

ସୂଚନାନୁଯାୟୀ , ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ଅନ୍ତରୀଣ ବଜେଟ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ୟୁପିଏ ସରକାରଙ୍କ ଅମଳରେ ଓଡ଼ିଶାକୁ ରେଳ ବଜେଟରେ ମାତ୍ର ୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଉଥିଲା । ଏହି ଅର୍ଥରେ ବର୍ଷକୁ ମାତ୍ର ୫୦ କିଲୋମିଟର ଲାଇନ ବିଛାଯାଉଥିଲା । କିନ୍ତୁ ମୋଦୀଙ୍କ ସରକାର ଅମଳରେ ଗତ ୩ ବର୍ଷ ହେଲା ହାରାହାରି ବର୍ଷକୁ ୧୦ ହଜାର କୋଟି ଓଡ଼ିଶାକୁ ଆସୁଛି । ଚଳିତ ଥର ଓଡ଼ିଶାକୁ ୧୦,୫୩୬ କୋଟି ଟଙ୍କାର ବ୍ୟୟବରାଦ କରାଇଛି । ଏବେ ବର୍ଷକୁ ୪୭୩ କିଲୋମିଟ ନୂଆ ଲାଇନ ବିଛାଯାଉଛି । ଯଦି ରାଜ୍ୟସରକାର ଶୀଘ୍ର ଜମି ଅଧିଗ୍ରହଣ କରନ୍ତି ତେବେ କାମ ଆହୁରି ଦ୍ରୁତ ଗତିରେ ହୋଇପାରନ୍ତା ।

Related posts

ଆଜି ୧୨ ଘଣ୍ଟିଆ  କୁଚିଣ୍ଡା ବନ୍ଦ

mahabharatanews

ପୁଲିସ ଜିପ୍‌କୁ ମୁହାଁ ମୁହିଁ ଧକ୍କା ଦେଲା ଟ୍ରକ ; ଦୁଇ ଜଣ ପୁଲିସ କର୍ମଚାରୀ ଆହତ

mahabharatanews

ଆଜି ପୁଣି ବିଏମସି କମିଶନରଙ୍କୁ ଭେଟିବେ ମାର୍କେଟ ବିଲ୍ଡିଂ ସ୍ଥାୟୀ ବ୍ୟବସାୟୀ

mahabharatanews