ଓଡିଶା

ଛତ୍ରପୁର ଉପଜିଲ୍ଲାପାଳଙ୍କ କରୋନା ସମୀକ୍ଷା

(ରଜନୀ କାନ୍ତ ପାତ୍ର/ହିଞ୍ଜିଳିକାଟୁ):ଶୁକ୍ରବାର ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ବୁଲି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କରୋନା ସମୀକ୍ଷା କରିଛନ୍ତି । ସ୍ଥାନୀୟ ଅଞ୍ଚଳବାସୀ, ଅଙ୍ଗନବାଡି ଓ ଆଶା କର୍ମୀଙ୍କ ସହ ଆଲୋଚନା କରଥିଲେ । । ଗଞ୍ଜାମରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଗାମୀ ଦିନଗୁଡିକରେ ସ୍ଥିତି ଆହୁରି କଠିନ ହୋଇପାରେ । ତେଣୁ ଆଗକୁ ସତର୍କ ରହିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ତେବେ ସ୍ଥିତିରେ କିଛିଟା ସୁଧାର ଆଣିବା ପାଇଁ ଏହି ଅଞ୍ଚଳରେ ସପ୍ତାହକୁ ଶନିବାର ଓ ରବିବାର ସଟଡାଉନ ଘୋଷଣା ହୋଇଛି । ଆଗ ଅପେକ୍ଷା ପ୍ରବାସୀ ଓଡିଆ ବାହାର ରାଜ୍ୟରୁ ଆସିବା କମିଥିଲେ ମଧ୍ୟ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି । ଆଗକୁ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଉପଜିଲ୍ଲାପାଳ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବଡଖଣ୍ଡି, ସାରୁ, ବୁରୁପଡ଼ା, ପୋଚିଲିମା,ଚାନ୍ଦୁଲି ସମେତ ବିଭିନ୍ନ ପଞ୍ଚାୟତକୁ ଯାଇ ଛତ୍ରପୁର ଉପଜିଲ୍ଲାପାଳ ସେଠାର ସ୍ଥିତି ପରଖିବା ସହ ପ୍ରସ୍ତୁତି ଚାଲୁଥିବା କୋଭିଡ କେୟାର ହୋମଗୁଡିକୁ ବୁଲି ଦେଖିଥିଲେ।

Related posts

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି

mahabharatanews

ସିଇଓଙ୍କ ନିକଟରେ ଫେରାଦ ଦେଲା ବିଜେଡ଼ି

mahabharatanews

ପୁରୀ ଗସ୍ତରେ ଯାଇଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ

mahabharatanews