ଭାରତ

ପ୍ରବଳ ବର୍ଷା : ଗୁଜୁରାଟରେ ଗତ ୨ ଦିନ ମଧ୍ୟରେ ୯ ମୃତ୍

 (ଗୁଜୁରାଟ) : ଦେଶରେ ମୌସୁମୀ ଲଗାତାର ଭାବେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଗୁଜରାଟରେ ଦୁଇଦିନ ହେଲା ପ୍ରବଳ ବ‌ର୍ଷା ହେଉଛି। ଗତ ୩୦ ଘଣ୍ଟା ମଧ୍ୟରେ ଗୁଜରାଟ ୨୦୦ ମିମି ବର୍ଷାଜଳ ଗ୍ରହଣ କରିଛି। ଅନ୍ୟପକ୍ଷେ ବର୍ଷାଜନିତ କାରଣ ପାଇଁ ରାଜ୍ୟରେ ଗତ ୨ ଦିନ ମଧ୍ୟରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଗୁଜରାଟର ବିଭିନ୍ନ ଜିଲ୍ଲାରେ ଆସନ୍ତାକାଲି ଏବଂ ରବିବାର ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି।

ସୂଚନାନୁଯାୟୀ ,  ବର୍ଷା ଯୋଗୁଁ ଗୁଜରାଟର ଜୁନାଗଡ଼, ଜାମନଗର, ମୋର୍ବି, କଚ୍ଛ, ସୁରଟ ଏବଂ ତାପି ଜିଲ୍ଲାରେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସହର ଜଳମଗ୍ନ ହୋଇଯାଇଛି। ରାଜ୍ୟର ୪୦ରୁ ଅଧିକ ଗ୍ରାମ ଜଳବନ୍ଦୀ ସ୍ଥିତିରେ ରହିଛି। ଗତ ୨ ଦିନ ମଧ୍ୟରେ ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୯ ଜଣଙ୍କ ମୃତ୍ୟୁ ହୋଇଛି। ପଞ୍ଚମହଲ ଜିଲ୍ଲାରେ ଗତକାଲି ୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଆନନ୍ଦରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୦୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ମରୋଣତ୍ତର ଭାବେ ସୁଷମା ସ୍ୱରାଜ, ଅରୁଣ ଜେଟଲୀ ପଦ୍ମ ପୁରସ୍କାରରେ ସମ୍ମାନିତ

mahabharatanews

କେରଳରେ ପ୍ରବଳ ବର୍ଷା,୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

mahabharatanews