ଭାରତ

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟପାଳ

(ଉତ୍ତରପ୍ରଦେଶ) : ୨୨ଜାନୁୟାରୀ ୨୦୨୪ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯିବ ନାହିଁ। ଆୟୋଜକ ରାଜ୍ୟ ହୋଇଥିବାରୁ କେବଳ ମୁଖ୍ୟମନ୍ତ୍ରୀ ତଥା ୟୁପି ରାଜ୍ୟପାଳ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ସୂଚନାନୁଯାୟୀ, ଏହି କାର୍ଯ୍ୟକ୍ରମରେ ୪୦୦୦ସାଧୁ ତଥା ଦେଶର ୨୫୦୦ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପଠାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ଦିର ନିର୍ମାଣ ଏବଂ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। ଗତ ଗୁରୁବାର ନିଜେ ମୁଖ୍ୟମନ୍ତ୍ରୀ ଅଯୋଧ୍ୟା ପରିଦର୍ଶନ କରି ରାମ ମନ୍ଦିର ନିର୍ମାଣର ଅଗ୍ରଗତି ବିଷୟରେ ଅନୁଧ୍ୟାନ କରିଥିଲେ ।

Related posts

“ତାଙ୍କ ସରକାର ଯେକୌଣସି ସମୟରେ ମଧ୍ୟ ଭାଙ୍ଗି ଯାଇପାରେ “: କଙ୍ଗନା

mahabharatanews

ହାତ ଛାଡି ପଦ୍ମ ଧରିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ସିଏମ୍

mahabharatanews

ଥମୁନି ମଣିପୁର ହିଂସା; ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା 

mahabharatanews