ଓଡିଶା

ଆସନ୍ତାକାଲିଠୁ ପୁଣି ବର୍ଷା 

(ଭୁବନେଶ୍ୱର): କିଛି ଦିନର ବିରତି ପରେ ଏବେ ଫେରିବ ବର୍ଷା ମୌସୁମୀ ଟ୍ରଫ୍‌ ଲାଇନ୍‌ ଏବେ ହିମାଳୟ ପ‌ାଦଦେଶରେ ରହିଥିବାରୁ ରାଜ୍ୟରେ ମୌସୁମୀର ଦୁର୍ବଳ ପ୍ରବାହ ଜାରି ରହିଛି। ୩୧ ତାରିଖ ଆଡ଼କୁ ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ।

ସୂଚନାନୁଯାୟୀ,କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରା‌ପଡ଼‌ା, ଜଗତସିଂହପୁର, କଟକ, ଖୋର୍ଧା, ପୁରୀ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ସେହିଭଳି ୧ ତାରିଖ ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

୨ ତାରିଖରୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ଦେବଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନ‌ରେ ପ୍ରବଳ ବର୍ଷା ହୋଇପାରେ। ଏଣୁ ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

Related posts

ଫସିଥିବା ୭ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର

mahabharatanews

ଆଜି ଧାମନଗରରେ କମ୍ପିବ ପ୍ରଚାର ମଇଦାନ, ନବୀନ ଧରିବେ ପ୍ରଚାର ମଙ୍ଗ

mahabharatanews

୫ ଘଣ୍ଟା ପରେ ଉଦ୍ଧାର ହେଲା କଲରାପତରିଆ ବାଘ

mahabharatanews