ଓଡିଶା

 ୫ରେ ପାଗ ମେଘୁଆ 

(ଭୁବନେଶ୍ୱର) : ଦିନକୁ ଦିନ ବଢୁଛି ତାତି । କିଛି ଦିନ ଭଲ ପାଗ ପରେ ପୁଣି ଖରା ବଢ଼ିବାରେ ଲାଗିଛି । ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ଦିନ ତାପମାତ୍ରା ବଢ଼ିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ମାର୍ଚ୍ଚ ୩ ତାରିଖରେ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍‌ କରିବ । ତେବେ ୪ ଓ ୫ରେ ପାଗ ସାମାନ୍ୟ ମେଘୁଆ ରହିପାରେ । ୫ ତାରିଖ ସୁଦ୍ଧା ଦିନ ତାପମାତ୍ରା ୩ ଡିଗ୍ରୀ ଯାଏ ବଢ଼ିବ ବୋଲି ସେ ଆକଳନ କରିଛନ୍ତି ।

ସୂଚନାନୁଯାୟୀ , ଉପକୂଳରେ ଆସନ୍ତା ୩ଦିନ ଯାଏ ସକାଳୁ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ସେହିଭଳି ଦକ୍ଷିଣ ଆଭ୍ୟନ୍ତରରେ ଦିନ ତାପମାତ୍ରା କ୍ରମଶଃ ବଢ଼ିବ । ୩ ଓ ୪ରେ ମେଘୁଆ ପାଗ ଯୋଗୁ ତାପମାତ୍ରା କମିବ । ଉତ୍ତର ଆଭ୍ୟନ୍ତରରେ ବି ୩ ସୁଦ୍ଧା ଦିନ ତାପମାତ୍ରା ୩ ଡିଗ୍ରୀ ବଢ଼ିପାରେ । ସେହିପରି ଗୁରୁବାର ରାଜ୍ୟର ୫ଟି ଜିଲ୍ଲାରେ ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଏହା ପରଠାରୁ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Related posts

ପୁଣି ସତ୍ୟବାଦୀ ବ୍ଲକରେ ୫ଜଣ କରୋନା ପଜିଟିଭ

mahabharatanews

ରାଜଧାନୀରେ ଫ୍ଲାଗମାର୍ଚ୍ଚ

mahabharatanews

ଘରେ ନିଆଁ ଲାଗି ସହକାରୀ ବନଅଧିକାରୀ ଗୁରୁତର

mahabharatanews

Leave a Comment