(ଭୁବନେଶ୍ୱର) : ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତା ୨ ତାରିଖଠାରୁ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୩ ତାରିଖରେ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁଯାୟୀ , ଅନ୍ୟପକ୍ଷରେ ରାଜ୍ୟର ନିଅଣ୍ଟିଆ ବର୍ଷା ଦ୍ବାରା ଖରିଫ ଫସଲ ମାଡ଼ ଖାଇଛି। ଅଗଷ୍ଟ ୧୪ ସୁଦ୍ଧା ରାଜ୍ୟରେ ୧୪% ନିଅଣ୍ଟିଆ ବର୍ଷା ହୋଇଛି। କିନ୍ତୁର ଫସଲର ଅବସ୍ଥା ଏହି ପାଣିପାଗ ଅଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ତାଙ୍କ କହିବାନୁଯାୟୀ, ୧୮ଟି ଜିଲ୍ଲାରେ ଫସଲ ପ୍ରଭାବିତ ହୋଇଛି।
