ଓଡିଶା

ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା !

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଏବେ ପାଗ ଶୁଖିଲା ରହିଛି । ଏହାସହ ଶୀତ ଲହରୀ ମଧ୍ୟ କମିଛି । ଏହାରିମଧ୍ୟରେ ଆସନ୍ତା ୨୦ ଓ ୨୧ ତାରିଖରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୂଚନା ଅନୁସାରେ ୨୦ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ମିଳିଛି । ଆଜି ରାଜ୍ୟରେ ଖରା ପାଗ ରହିବ । ମାତ୍ର ବର୍ଷା ହେବାର ସମ୍ଭାବନା କମ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ଗତକାଲି ରାଜଧାନୀ ଭୁବନେଶ୍ୱର, ଯାଜପୁର, ଆଠଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହୋଇଛି ।

Related posts

ସାକ୍ଷୀଗୋପିନାଥଙ୍କ ଦୋଳ ପର୍ବ

mahabharatanews

ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ ପରୀକ୍ଷା

mahabharatanews

୩ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ୨୫୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews