ଅପରାଧଓଡିଶା

ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଦିନକୁ ଦିନ ହତ୍ୟା, ବ୍ୟାଭିଚାର, ପାରିବାରିକ ହିଂସା, ନାବାଳିକା ଦୁଷ୍କର୍ମ, ଯୌନ ଶୋଷଣ, ମାରପିଟ୍, ଲୁହାପଥର, ବାଲି, ପଥର, ମୋରମ, ଚୋରା ମଦ କାରବାର ହୁ ହୁ ହୋଇ ବୃଦ୍ଧି ପାଉଛି । ଆଇନ ଯେତେ କଡ଼ା ହେଲେ ମଧ୍ୟ ଅସାମାଜିକ ଲୋକେ ସଚେତନ ହେଉନାହାନ୍ତି । ସୁଚନା ଯେ, ବାଦାମ ପାହାଡ ଥାନା ଅନ୍ତର୍ଗତ ଦୁଧିଝରଣ ଇଲାକାରେ ବାଲିଆପାଟ ପଳାଶ ଜଙ୍ଗଲରେ ଜଣେ ଜନୈକ ବିବାହିତାଙ୍କୁ ସେହି ଗାଁର ଦୁଇ ଜଣ ଯୁବକ ୪ ତାରିଖ ଅପରାହ୍ନରେ ୩ଟା ସମୟରେ ଦୁଷ୍କର୍ମ କରିଥିଲେ । ସେମାନେ ହେଲେ ଦୁଧିଝରଣ ଗ୍ରାମର ମାଧବ ନାଏକ(୪୦) ଏବଂ ବିଶ୍ୱନାଥ ମାଝୀ(୨୬) । ଏହାକୁ ନେଇ ପୀଡିତାଙ୍କ ସ୍ବାମୀ ୫ ତାରିଖ ଦିନ ବାଦାମ ପାହାଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ଦୁଇ ଜଣଙ୍କ ନାମରେ ୪୮/୨୦ ମାମଲା ରୁଜୁ କରି ସେମାନଙ୍କୁ ଅଟକ ରଖି ତଦନ୍ତ କରୁଛି । ରବିବାର ଦିନ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଉକ୍ତ ମହିଳାଙ୍କର ଡାକ୍ତରୀ ମାଇନା କରାଯାଇଥିବା ସୁଚନାରୁ ଜଣାପଡିଛି ।

Related posts

ଭିଜିଲାନ୍ସ ଜାଲରେ ସେସୁର କନିଷ୍ଠ ଯନ୍ତ୍ରୀ

mahabharatanews

କୁଲଡିହା ଡ୍ୟାମରୁ ହାତୀ ଛୁଆର ମୃତଦେହ ଉଦ୍ଧାର

mahabharatanews

ସରକାରୀ କର୍ମଚାରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ: ସିପି

mahabharatanews