ଅପରାଧଓଡିଶା

ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଦିନକୁ ଦିନ ହତ୍ୟା, ବ୍ୟାଭିଚାର, ପାରିବାରିକ ହିଂସା, ନାବାଳିକା ଦୁଷ୍କର୍ମ, ଯୌନ ଶୋଷଣ, ମାରପିଟ୍, ଲୁହାପଥର, ବାଲି, ପଥର, ମୋରମ, ଚୋରା ମଦ କାରବାର ହୁ ହୁ ହୋଇ ବୃଦ୍ଧି ପାଉଛି । ଆଇନ ଯେତେ କଡ଼ା ହେଲେ ମଧ୍ୟ ଅସାମାଜିକ ଲୋକେ ସଚେତନ ହେଉନାହାନ୍ତି । ସୁଚନା ଯେ, ବାଦାମ ପାହାଡ ଥାନା ଅନ୍ତର୍ଗତ ଦୁଧିଝରଣ ଇଲାକାରେ ବାଲିଆପାଟ ପଳାଶ ଜଙ୍ଗଲରେ ଜଣେ ଜନୈକ ବିବାହିତାଙ୍କୁ ସେହି ଗାଁର ଦୁଇ ଜଣ ଯୁବକ ୪ ତାରିଖ ଅପରାହ୍ନରେ ୩ଟା ସମୟରେ ଦୁଷ୍କର୍ମ କରିଥିଲେ । ସେମାନେ ହେଲେ ଦୁଧିଝରଣ ଗ୍ରାମର ମାଧବ ନାଏକ(୪୦) ଏବଂ ବିଶ୍ୱନାଥ ମାଝୀ(୨୬) । ଏହାକୁ ନେଇ ପୀଡିତାଙ୍କ ସ୍ବାମୀ ୫ ତାରିଖ ଦିନ ବାଦାମ ପାହାଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ଦୁଇ ଜଣଙ୍କ ନାମରେ ୪୮/୨୦ ମାମଲା ରୁଜୁ କରି ସେମାନଙ୍କୁ ଅଟକ ରଖି ତଦନ୍ତ କରୁଛି । ରବିବାର ଦିନ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଉକ୍ତ ମହିଳାଙ୍କର ଡାକ୍ତରୀ ମାଇନା କରାଯାଇଥିବା ସୁଚନାରୁ ଜଣାପଡିଛି ।

Related posts

ରାଜ୍ୟକୁ ପୁଣି ବାତ୍ୟା ଭୟ

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ବଢିଛି ; ୧୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ବେହାଲ ରାଜଧାନୀ; ୧ଘଣ୍ଚାରେ ୪୨ ହଜାର ଥର ଘଡ଼ଘଡ଼ି 

mahabharatanews