ଓଡିଶା

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

(ପୁରୀ) :  ଆଜି ପବିତ୍ର ପୌଷ ପୂର୍ଣ୍ଣିମା । ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଏକ ଅନନ୍ୟ ଯାତ୍ରା ଯେଉଁଥି ପାଇଁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେତ ନୀତି ଅନୁଷ୍ଠିତ ହେବା ସହ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ମହାପ୍ରଭୁଙ୍କର ଦୁର୍ଲଭ ରାଜରାଜେଶ୍ବର ବେଶ ଦେଖିବା ପାଇଁ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଭିଡ଼କୁ ନଜରରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସୂଚନାନୁଯାୟୀ , ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି କରାଯିବା ପରେ ମହାପ୍ରଭୁଙ୍କୁ ଅଭିଷେକ କରାଯିବ । ଏହା ପରେ ମହାପ୍ରଭୁଙ୍କଠାରୁ ଆଜ୍ଞା ମାଳ ପାଇବା ପରେ ଶ୍ରୀଦେବୀ ପାଲିଙ୍କିରେ ମାଆ ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବାର ପରମ୍ପରା ରହିଛି । ଏହାପରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । କିରିଟ, କୁଣ୍ତଳ, ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳ, ବାହାଡ଼ା ମାଳ, ସେବତୀବାଳ, ଆଡକାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରି ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

Related posts

ଡମ୍ପର ଧକ୍କାରେ ଶ୍ରମିକ ମୃତ

mahabharatanews

ପୁଣି ବଢ଼ିଲା ରାଜ୍ୟରେ କରୋନା ସଂକ୍ରମଣ; ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ବିଦ୍ୟୁତ୍ ସ୍ପର୍ଷରେ ଯୁବ ଚାଷୀ ମୃତ

mahabharatanews