ଭାରତ

 ଝାଲାୱାଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା,୯ ମୃତ

(ରାଜସ୍ଥାନ) : ରାଜସ୍ଥାନର ଝାଲାୱାଡ଼ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ବିବାହ ଉତ୍ସବରୁ ଫେରୁଥିବା ବେଳେ ଭ୍ୟାନରେ ଥିବା ୧୦ ଜଣ ବ୍ୟକ୍ତି ଦ୍ରୁତ ଗତିରେ ଆସୁଥିବା ଟ୍ରକରେ ଧକ୍କା ହୋଇଥିଲେ ।ଏହି କାରଣରୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଜଣେ ଗୁରୁତର ଆହତ ତାଙ୍କ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି।

ସୂଚନାନୁଯାୟୀ ,୫୨ ନମ୍ବର ଜାତୀୟ ରାଜପଥରେ ଅକଲେରା ପାଖରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ଭ୍ୟାନ୍ ଓ ଟ୍ରକ୍ ଦ୍ରୁତ ଗତିରେ ଯାଉଥିଲେ ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ଭ୍ୟାନ୍‌ଟି ପୂରା ଚୁନା ହୋଇଯାଇଛି। ଦୁର୍ଘଟଣା ପରେ ଆଖପାଖରେ ଥିବା ଲୋକେ ସମସ୍ତଙ୍କୁ ଭ୍ୟାନ୍‌ରୁ ଉଦ୍ଧାର କରିଥିଲେ। ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା।

Related posts

ଆଜିଠୁ ଆରମ୍ଭ ମୌସୁମୀ ଅଧିବେଶନ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୨୦୨ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ନୂଆ ରେକର୍ଡ ସୃଷ୍ଟି କଲା ଉତ୍ତରପ୍ରଦେଶ

mahabharatanews