ଭାରତ

 ଝାଲାୱାଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା,୯ ମୃତ

(ରାଜସ୍ଥାନ) : ରାଜସ୍ଥାନର ଝାଲାୱାଡ଼ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ବିବାହ ଉତ୍ସବରୁ ଫେରୁଥିବା ବେଳେ ଭ୍ୟାନରେ ଥିବା ୧୦ ଜଣ ବ୍ୟକ୍ତି ଦ୍ରୁତ ଗତିରେ ଆସୁଥିବା ଟ୍ରକରେ ଧକ୍କା ହୋଇଥିଲେ ।ଏହି କାରଣରୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଜଣେ ଗୁରୁତର ଆହତ ତାଙ୍କ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି।

ସୂଚନାନୁଯାୟୀ ,୫୨ ନମ୍ବର ଜାତୀୟ ରାଜପଥରେ ଅକଲେରା ପାଖରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ଭ୍ୟାନ୍ ଓ ଟ୍ରକ୍ ଦ୍ରୁତ ଗତିରେ ଯାଉଥିଲେ ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ଭ୍ୟାନ୍‌ଟି ପୂରା ଚୁନା ହୋଇଯାଇଛି। ଦୁର୍ଘଟଣା ପରେ ଆଖପାଖରେ ଥିବା ଲୋକେ ସମସ୍ତଙ୍କୁ ଭ୍ୟାନ୍‌ରୁ ଉଦ୍ଧାର କରିଥିଲେ। ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା।

Related posts

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

mahabharatanews

 ଗୋବର୍ଦ୍ଧନରେ ଭାରତର ପ୍ରଥମ ହେଲିକପ୍ଟର ଧାର୍ମିକ ଯାତ୍ରା

mahabharatanews

ହିମାଚଳରେ ପ୍ରବଳ ବର୍ଷା ସମ୍ଭାବନା, ସ୍କୁଲ୍‌ ବନ୍ଦ ଘୋଷଣା  

mahabharatanews