ମନୋରଞ୍ଜନ

ବଢୁଛି ରଜନୀକାନ୍ତଙ୍କ କ୍ରେଜ; ଧମାଲ କରୁଛି  ଫିଲ୍ମ ‘ଜେଲର’ 

(ମୁମ୍ବାଇ) :  ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କ ଫିଲ୍ମ  ‘ଜେଲର’ ଅଗଷ୍ଟ ୧୦ରେ ରିଲିଜ ହୋଇଥିଲା । ଏହାକୁ କୋଟି କୋଟି ଲୋକେ ଭଲପାଇବା ଦେଇଛନ୍ତି । ରିଲିଜ୍ ପରେ ବକ୍ସ ଅଫିସରେ ଧମାଲ କରୁଛି ରଜନୀକାନ୍ତଙ୍କ ଫିଲ୍ମ।

ସୂଚନାନୁଯାୟୀ , ଫିଲ୍ମଟି ଭାରତରେ ୧୦୮କୋଟି ଟଙ୍କା ଆୟ କରିଥିବା ବେଳେ ବିଶ୍ବ ବକ୍ସ ଅଫିସରେ ୨୦୦କୋଟିରୁ ଅଧିକ ଟଙ୍କା ଆୟ କରିଛି। ଗୁରୁବାର ଫିଲ୍ମ ରିଲିଜ୍ ହୋଇଥିବା ବେଳେ ପ୍ରଥମ ଦିନ ଫିଲ୍ମଟି ୪୮କୋଟି, ଶୁକ୍ରବାର ୨୫.୭୫କୋଟି ଟଙ୍କା, ଶନିବାର ୩୫କୋଟି ଟଙ୍କା ଆୟ କରିଥିଲା।  ତେବେ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ସଂଖ୍ୟା ଦେଖି ଫିଲ୍ମ ରିଲିଜ୍ ଦିନ ତାମିଲନାଡୁର କିଛି କାର୍ଯ୍ୟାଳୟ ସେମାନଙ୍କ କର୍ମଚାରୀଙ୍କୁ ମାଗଣା ଟିକେଟ ବଣ୍ଟନ କରିଥିଲେ। ଏହା ସହ ଚେନ୍ନାଇ ଏବଂ ବେଙ୍ଗାଲୁରୁର କିଛି କାର୍ଯ୍ୟାଳୟ ‘ଜେଲର’ର ମୁକ୍ତିଲାଭ ଦିନରେ ଏହାର କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଥିଲା।

Related posts

ରଣବୀର କପୁରଙ୍କ ଏହି ଫୋଟୋ ଦେଖି ପାଗଳ ଫ୍ୟାନ୍ସ 

mahabharatanews

ଇଦରେ ରିଲିଜ୍ ହେବ ସଲମାନ ଖାନଙ୍କ ଫିଲ୍ମ   

mahabharatanews

ସୌରିନ ଭଟ୍ଟଙ୍କ ଘରେ ଚଢ଼ଉ କଲା କୋଲକତା ଓ କଟକ ପୋଲିସ

mahabharatanews