ମନୋରଞ୍ଜନ

ଇଦରେ ରିଲିଜ୍ ହେବ ସଲମାନ ଖାନଙ୍କ ଫିଲ୍ମ   

(ମୁମ୍ବାଇ) : ଅମୀର ଖାନ୍ ଷ୍ଟାର୍ ବ୍ଲକବଷ୍ଟର୍ ମୁଭି ‘ଗଜିନୀ’ର ନିର୍ଦ୍ଦେଶକ ଏ ଆର୍ ମୁରୁଗାଦୋସ୍ ପ୍ରଥମ ଥର ପାଇଁ ସଲମାନ ଖାନଙ୍କୁ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଛନ୍ତି। ଏ ଆର୍ ମୁରୁଗାଦୋସ ସହ ସଲମାନ କାମ କରୁଥିବା ନେଇ ଅନେକ ଦିନ ଧରି କଳ୍ପନାଜଳ୍ପନ ଲାଗି ରହିରହିଥିଲା। ଏବେ ଅଭିନେତା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏନେଇ ଅଫିସିଆଲ୍ ଘୋଷଣା କରିଛନ୍ତି। ସିନେମା ୨୦୨୫ ଇଦ୍ ଅବସରରେ ରିଲିଜ୍ ହେବ ବୋଲି ଜଣାଯାଇଛି।

ସୂଚନାନୁଯାୟୀ , ସଲମାନ ମଙ୍ଗଳବାର ତାଙ୍କ ଏକ୍ସ (ପୂର୍ବ ଟ୍ୱିଟର) ଆକାଉଣ୍ଟରେ ଘୋଷଣା କରିଛନ୍ତି ଯେ ଏକ ‘ଅତ୍ୟନ୍ତ ରୋମାଞ୍ଚକର ଚଳଚ୍ଚିତ୍ର’ ପାଇଁ ମୁରୁଗାଦୋସ ଏବଂ ବନ୍ଧୁ ସାଜିଦ ନାଡିଆଡୱାଲାଙ୍କ ସହ ମିଶି ସେ ଖୁସି ଅଛନ୍ତି। ଏଥିଲାଗି ସେ ସମସ୍ତଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଘୋଷଣା ସହିତ ସେ ନିଜେ ନିର୍ଦ୍ଦେଶକ ଏବଂ ନିର୍ମାତା ଥିବା ଏକ ଚିତ୍ର ମଧ୍ୟ ସେୟାର କରିଛନ୍ତି।

Related posts

୮ରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂହେବ ‘ଓଏମ୍‌ଜି-୨’

mahabharatanews

ଆସୁଛି ପ୍ରଭାସଙ୍କ ଅଭିନୀତ ‘Kalki 2898 AD’ 

mahabharatanews

ଭାଇରଲ ହେଲା ହ୍ରିତିକ ରୋଶନ ଓ ପ୍ରେମିକା ସବାଙ୍କ ଫୋଟୋ

mahabharatanews