ଭାରତ

ଫ୍ୟାନ୍ସଙ୍କୁ ଘାଇଲା କଲା ରାକ୍ଷୀଙ୍କ ଏହି ଲୁକ୍

ମୁମ୍ବାଇ: ବିବାଦୀୟ କୁଇନ ରାକ୍ଷୀ ସାୱନ୍ତଙ୍କ ନୂଆ ଅବତାର | ଆଜିକାଲି ରାକ୍ଷୀ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିଆୱାଡି’ ଫିଲ୍ମକୁ ପ୍ରମୋଟ୍ କରୁଥିବାର ଦେଖିବାକୁ ମିଳିଛି। ତେବେ ଆପଣ ସମସ୍ତେ ଜଣାଥିବେ ନିଶ୍ଚିତ ରାକ୍ଷୀ ଲାଇମଲାଇଟରେ ପ୍ରବେଶ କରିବାର କୌଣସି ସୁଯୋଗକୁ ହାତ ଛଡ଼ା କରନ୍ତି ନାହିଁ |ତେବେ ରାକ୍ଷୀଙ୍କ ‘ଗଙ୍ଗୁବାଇ’ ଲୁକ୍ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି |

‘ଗଙ୍ଗୁବାଇ’ ଲୁକରେ ରାକ୍ଷୀ ମୁଣ୍ଡରେ ଏକ ବଡ ବିନ୍ଦି ପିନ୍ଧିବା ସହ, ମୁହଁରେ ଭାରୀ ମେକ୍ ଅପ୍, ବେକରେ ଭାରୀ ଅଳଙ୍କାର, କେଶରେ ଗଙ୍ଗୁବାଇଙ୍କ ଭଳି ରେଡ୍ ରୋଜ୍ ଏବଂ ସୂତା ଶାଢ଼ୀ ପିନ୍ଧିବା ସହ ‘ଢୋଲିଡା’ ଗୀତରେ ତାଙ୍କ ଫ୍ୟାନ୍ସଙ୍କୁ ଏଣ୍ଟରଟେନ କରୁଥିବାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟର ଏକ ଭିଡିଓରେ ନଜର ଆସିଥିଲେ। ତେବେ ତାଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ଘାଇଲା କରିବା ସହ ତାଙ୍କ ହୃଦୟ ଜିତିବାରେ ମଧ୍ୟ ସଫଳ ହୋଇଥିଲା | ରାକ୍ଷୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା ଏହି ଦୁଇ ଭିଡିଓକୁ ଦର୍ଶକ ବହୁ ମାତ୍ରାରେ ପସନ୍ଦ କରିବା ସହ ତାଙ୍କ ପ୍ରଶଂସା ମଧ୍ୟ କରିଛନ୍ତି | ତାଙ୍କର ଜଣେ ପ୍ରଶଂସକ ଆପଣ ଆଲିଆ ଭଟ୍ଟଙ୍କ ଅପେକ୍ଷା ଭଲ କରିଛନ୍ତି ବୋଲି ଭିଡିଓରେ କମେଣ୍ଟ କରିଥିବା ସମୟରେ ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ‘ରାକ୍ଷୀ ସାୱନ୍ତ ଇଜ୍ ଅନ ଫାୟାର’ |

ତେବେ ରାକ୍ଷୀ ସାୱନ୍ତଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଦେଖିବାକୁ ଗଲେ କିଛି ଦିନ ପୂର୍ବରୁ ସେ ତାଙ୍କ ସ୍ୱାମୀ ରିତେଶଙ୍କ ସହ ବିବାହର ସମାପ୍ତି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ | ରାକ୍ଷୀ ‘ବିଗ୍ ବସ୍ 15’ ଶୋରେ ପ୍ରଥମ ଥର ପାଇଁ ତାଙ୍କ ସ୍ୱାମୀଙ୍କ ସହ ପରିଚିତ କରାଇଲେ | ଶୋ’ରେ ରିତେଶଙ୍କ ପ୍ରତି ଥିବା ତାଙ୍କ ପ୍ରେମର ଉଦାହରଣ ସେ ଦେଉଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଶୋ ଶେଷ ହେବା ପରେ ରାକ୍ଷୀ ଏବଂ ସ୍ୱାମୀ ରିତେଶଙ୍କ ବୈବାହିକ ସମ୍ପର୍କରେ ବିରାମ ଲାଗିଯାଇଥିଲା |

Related posts

ଚନ୍ଦ୍ରୟାନ-୩  ଲଞ୍ଚ ସମୟରେ ଉପସ୍ଥିତ ରହିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି !

mahabharatanews

ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ  

mahabharatanews

ପ୍ରଚାର ସମୟରେ ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

mahabharatanews