ଭାରତ

ପ୍ରବଳ ବର୍ଷା: କର୍ଣ୍ଣାଟକରେ ରେଡ ଆଲର୍ଟ ଜାରି

(ଦିଲ୍ଲୀ) :ମୌସୁମୀ ଦେଶ ଛୁଇଁବା ପରଠାରୁ କେଉଁଠି ବାତ୍ୟା ତ କେଉଁଠି ମାଟି ଭୁଶୁଡି ପଡୁଥିବା କଥା ସାମ୍ନାକୁ ଆସିଛି  । ସେପଟେ ଗତ ୪ ଦିନ ଧରି ଉପକୂଳ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେଉଛି। ଏହା ଫଳରେ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଜୁଲାଇ ୧୦ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ହେବ ବୋଲି ଆଇଏମ୍‌ଡି ସତର୍କ ସୂଚନା ଜାରି କରିଛି।

ସୂଚନାନୁଯାୟୀ ,  ପାନ୍ନା ଜିଲ୍ଲାର ଦୁର୍ଗାପୁର ଗ୍ରାମ ନିକଟରେ ବଜ୍ରପାତ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଟିକମଗଡ଼ ଜିଲ୍ଲାର ରାମନଗର ଗ୍ରାମରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଉପକୂଳ କର୍ଣ୍ଣାଟକରେ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି। ବୁଧବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ କର୍ଣ୍ଣାଟକର ବିଭିନ୍ନ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଦକ୍ଷିଣ କନ୍ନଡ଼, ଉଡ଼ୁପି ଏବଂ ଉତ୍ତର କନ୍ନଡ଼ରେ ଶୁକ୍ରବାର ପର୍ଯ୍ୟନ୍ତ ରେଡ ଆଲର୍ଟ ଜାରି ହୋଇଛି।

Related posts

ହସିନାଙ୍କୁ ଫେରାଇବାକୁ ଦାବି କରିଛି ବାଂଲାଦେଶ, ଚିଠି ଲେଖି ପ୍ରତ୍ୟପଣ ପାଇଁ କଲା ଅନୁରୋଧ

mahabharatanews

ଭୁବନେଶ୍ୱର ରେଳ ଷ୍ଟେସନରେ ଭିକ୍ଷୋଭ

mahabharatanews

ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଲାଲଡୁହୋମା

mahabharatanews