ଭାରତ

 ଆସନ୍ତାକାଲିଠୁ ରାମଲାଲାଙ୍କୁ ଦର୍ଶନ କରିପାରିବେ ସର୍ବ ସାଧାରଣ

 (ଅଯୋଧ୍ୟା) : ୫୦୦ ବର୍ଷରୁ ଅଧିକ ସମୟର ଅପେକ୍ଷା ସହିତ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ ହୋଇଛି । ରାମଲାଲାଙ୍କୁ ରାମ ମନ୍ଦିରର ଗର୍ଭ ଗୃହରେ ସ୍ଥାପନା କରାଯାଇଛି । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଟା ସମାରୋହକୁ ଦେଶର ବିଭିନ୍ନ ସ୍ଥାନରୁ ସେଲିବ୍ରେଟିମାନେ ରାମଲାଙ୍କୁ ଦେଖିବାକୁ ଆସିଛନ୍ତି ।  ଆଉ ଆସନ୍ତା କାଲିଠୁ ଅର୍ଥାତ୍ ଜାନୁଆରୀ ୨୩ରୁ ରାମ ମନ୍ଦିରେ ଶ୍ରୀ ରାମଙ୍କୁ ଦର୍ଶନ କରିବେ ସାଧାରଣ ଜନତା । ଆସନ୍ତା କାଲିଠୁ ସର୍ବ ସାଧାରଣଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର ।

ସୂଚାନୁଯାୟୀ , ୨୩ ଜାନୁଆରୀରୁ ଶ୍ରୀ ରାମ ମନ୍ଦିରର ନିତୀକାନ୍ତି ଆରମ୍ଭ ହେବ । ସମୟ ସାରଣୀ ପୂରା ଦିନ ପାଇଁ ପ୍ରସ୍ତୁତ ହୋଇସାରିଛି । ପ୍ରଥମେ ସକାଳେ ପୁରୋହିତମାନେ ଭଗବାନ ଶ୍ରୀ ରାମଙ୍କୁ ଶୃଙ୍ଗାର କରାଇବେ । ଭଗବାନଙ୍କୁ ୪ଟାରେ ଜାଗ୍ରତ କରାଯିବ । ଏହା ପରେ ସକାଳ ୮ଟାରେ ମନ୍ଦିରର ଦ୍ୱାର ଖୋଲାଯିବ । ଏଠାକୁ ଆସୁଥିବା ଲୋକମାନେ ଭଗବାନ ଶ୍ରୀ ରାମଙ୍କ ଦର୍ଶନ ପାଇପାରିବେ । ଦିନର ଶେଷ ସନ୍ଧ୍ୟା ଆରତୀ ସନ୍ଧ୍ୟା ୭ ଟାରେ ହେବ ବୋଲି ସୂଚନା ରହିଛି । ଦେଶବାସୀ ପ୍ରଭୁ ଶ୍ରୀ ରାମଙ୍କୁ ନିଜ ଆଖିରେ ଦେଖିବା ପାଇଁ ଉତ୍ସାର ସହ ଅପେକ୍ଷା କରି ରହିଛନ୍ତି । ସେହି ଅପେକ୍ଷାର ଅନ୍ତ ଘଟାଇ ଯାହା ଆସନ୍ତା କାଲିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ଶ୍ରୀ ରାମ ମନ୍ଦିର ।

Related posts

ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଆସିବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍

mahabharatanews

ବିରାଟଙ୍କ ପାଦ ଛୁଇଁଲେରିଙ୍କୁ

mahabharatanews

ଗୋଟିଏ ସ୍ୱାମୀର ଦୁଇ ସ୍ତ୍ରୀ

mahabharatanews