(ଅଯୋଧ୍ୟା) : ଆଜିଠୁ ଆରମ୍ଭ ରାମ ଲାଲାଙ୍କ ସାଧାରଣ ଦର୍ଶନ । ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁ୍ଙ୍କ ପ୍ରବଳ ଭିଡ଼ । ଭୋର୍ ୩ଟାରୁ ମନ୍ଦିର ବାହାରେ ଲାଗିଛି ଭକ୍ତଙ୍କ ଭିଡ଼ । ପ୍ରାଣ ପ୍ରତିଷ୍ଠା ପରେ ରାମା ଲାଲାଙ୍କ ଦର୍ଶନ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳିଛି ।
ସୂଚନାନୁଯାୟୀ , ଦେଶର ବିଭିନ୍ନ ପ୍ରାନ୍ତରୁ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଆଜିଠୁ ନିଜ ପ୍ରିୟ ପ୍ରଭୁଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରି ପାରିବେ ଲୋକେ । ଅଯୋଧ୍ୟା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ, ୨୩ ଜାନୁଆରୀରୁ ଶ୍ରୀ ରାମ ମନ୍ଦିରର ନିତୀକାନ୍ତି ଆରମ୍ଭ ହେବ । ପ୍ରଥମେ ସକାଳେ ପୁରୋହିତମାନେ ଭଗବାନ ଶ୍ରୀ ରାମଙ୍କୁ ଶୃଙ୍ଗାର କରାଇବେ । ଆଜିଠୁ ପ୍ରତ୍ୟେକ ଦିନ ସକାଳ ୭ଟାରୁ ଅରମ୍ଭ କରି ରାତି ୧୦ଟା ପର୍ଯ୍ୟନ୍ତ ରାମ ଲଲାଙ୍କ ଦର୍ଶନ କରିପାରିବେ ଭକ୍ତ । ନୀତିକାନ୍ତି ପାଇଁ ଦିନ ୧୧.୩୦ରୁ ଅପରାହ୍ନ ୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସକାଳ ସାଢେ ୬ଟା ଏବଂ ସନ୍ଧ୍ୟା ସାଢେ ୭ଟାରେ ରାମଲଲାଙ୍କ ଆଳତୀ କରାଯିବା ନେଇ ସୂଚନା ରହିଛି । ସକାଳ ୮ଟାରେ ମନ୍ଦିରର ଦ୍ୱାର ଖୋଲାଯିବ । ଏଠାକୁ ଆସୁଥିବା ଲୋକମାନେ ଭଗବାନ ଶ୍ରୀ ରାମଙ୍କ ଦର୍ଶନ ପାଇପାରିବେ ।