(ଅଯୋଧ୍ୟା) : ରାମ ନବମୀର ବିଶେଷ ଅବସରରେ ଅଯୋଧ୍ୟା ରାମ ମନ୍ଦିରରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଭୁ ରମଲାଲାଙ୍କ ରାମଲଲାଙ୍କ ମଥାରେ ସୂର୍ଯ୍ୟ ତିଲକ । ରାମ ନବମୀ ଅବସରରେ ବାଳକ ରାମଙ୍କଠାରେ ଲାଗି ହେଲା ସୂର୍ଯ୍ୟ ତିଲକ । ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ରାମନବମୀ ପାଳନ ହେବାକୁ ଯାଉଥିବା ବେଳେ ଏହି ଦିବ୍ୟ ମୁହୂର୍ତ୍ତକୁ ଆହୁରି ଭବ୍ୟ କରିଦେଇଛି, ବାଲକ ରାମଙ୍କ ସୂର୍ଯ୍ୟାଭିଷେକ ବା ସୂର୍ଯ୍ୟ ତିଲକ ।
ସୂଚନାନୁଯାୟୀ , ବାଳକ ରାମଙ୍କ ମସ୍ତକରେ ସୂର୍ଯ୍ୟ ତିଳକ ଶୋଭା ପାଇଛି । ଏହି ଅଲୌକିକ ଦୃଶ୍ୟ ଭକ୍ତିରେ ଭରି ଥିଲା। ଭଗବାନ ଶ୍ରୀ ରାମଙ୍କ ସୂର୍ଯ୍ୟ ତିଲକ କାର୍ଯ୍ୟ କରିବା ମାତ୍ରେ ସମଗ୍ର ମନ୍ଦିର କମ୍ପ୍ଲେକ୍ସ ଶ୍ରୀ ରାମଙ୍କ ସ୍ଲୋଗାନରେ ପ୍ରତିଧ୍ୱନିତ ହୋଇଥିଲା। ସୂର୍ଯ୍ୟ ତିଲକର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।