ଭାରତ

ଦିଲ୍ଲୀରେ କରାଯିବ କୃତ୍ରିମ ବର୍ଷା 

(ଦିଲ୍ଲୀ) : ବିଷାକ୍ତ ବାୟୁରେ ଭର୍ତି ହୋଇଯାଇଛି  ଦିଲ୍ଲୀ । ତେବେ ଏହା ପୁଣି ସାଂଘାତିକ ସ୍ତରକୁ ଚାଲିଯାଇଥିବା ବେଳେ ପ୍ରଦୂଷଣ ରୋକିବାକୁ ବିଭିନ୍ନ କଟକଣା ଲାଗୁ ହୋଇଛି । ୧୮ ନଭେମ୍ବର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା ହୋଇଥିବା ବେଳେ ଅନ୍ୟ ରାଜ୍ୟରୁ ଆସୁଥିବା କ୍ୟାବ୍‌ଗୁଡ଼ିକୁ ମଧ୍ୟ ଦିଲ୍ଲୀରେ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏଭଳି ସ୍ଥିତିରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ୨୦ ନଭେମ୍ବରରୁ କୃତ୍ରିମ ବର୍ଷା କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସୂଚନାନୁଯାୟୀ ,  ଆଇଆଇଟି କାନପୁର ଏ ସଂକ୍ରାନ୍ତ ଚୂଡ଼ାନ୍ତ ଯୋଜନା ଦିଲ୍ଲୀ ସରକାରଙ୍କୁ ଉପଲବ୍ଧ କରାଇଛି। ଆଇଆଇଟି ଅଧିକାରୀଙ୍କ ସହ ଦିଲ୍ଲୀ ସରକାର କୃତ୍ରିମ ବର୍ଷା ସଂକ୍ରାନ୍ତରେ ଗତକାଲି ଏକ ବୈଠକରେ ଆଲୋଚନା କରିଛନ୍ତି।  ବାବଦରେ ଦିଲ୍ଲୀ ସରକାର ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଇବେ। କୃତ୍ରିମ ବର୍ଷା ହେଉଛି ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଏୟାରକ୍ରାଫ୍‌ଟ ମାଧ୍ୟମରେ ଅକାଶରେ ସିଲ୍‌ଭର ଆୟୋଡାଇଡ ବୁଣି ଦିଆଯାଏ। ଏହି ସିଲ୍‌ଭର ଆୟୋଡାଇଡ ଆକାଶରେ ବାଦଲ ସଂପର୍କରେ ଆସିବା ମାତ୍ରେ ଦ୍ରୁତ ଗତିରେ ବର୍ଷା ସୃଷ୍ଟିକାରୀ ବାଦଲ ବଢ଼ିଯାଏ ଏବଂ ଏଥିଯୋଗୁଁ ବର୍ଷା ହୋଇଥାଏ।

Related posts

ପୁଣିଥରେ କଂଗ୍ରେସରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବିରେନ୍ଦର ସିଂ

mahabharatanews

ଘାତକ ପରିସ୍ଥିତି :ଦିଲ୍ଲୀରେ AQI ୫୦୦ ପାର

mahabharatanews

ସଂସଦରେ ଦରବୃଦ୍ଧି ପ୍ରତିବାଦ: ୧୯ ରାଜ୍ୟସଭା ସାଂସଦ ନିଲମ୍ବିତ

mahabharatanews