(ମୁମ୍ବାଇ) : ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘Animal’ ହେଉଛି 2023 ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ବର୍ତ୍ତମାନ ପ୍ରଶଂସକମାନଙ୍କୁ ଫିଲ୍ମ ମେକର୍ସ ଦେଇଛନ୍ତି ଏକ ବଡ଼ ଉପହାର । ନିର୍ମାତାମାନେ ୨୮ସେପ୍ଟେମ୍ବର ଅର୍ଥାତ୍ ରଣବୀର କପୁରଙ୍କ ଜନ୍ମଦିନ ଅବସରରେ ‘Animal’ର ବହୁ ପ୍ରତୀକ୍ଷିତ ଟିଜର ମୁକ୍ତିଲାଭ କରିଛନ୍ତି ।
ସୂଚନାନୁଯାୟୀ , ଟିଜରଟି ରିଲିଜ୍ ପରଠୁ ଇଣ୍ଟନେଟରେ କରୁଛି ଟ୍ରେଣ୍ତ୍ । ଟିଜର ଆରମ୍ଭରୁ ରଶ୍ମିକା ମନ୍ଦାନା ଏବଂ ଅନୁଲ କପୁରଙ୍କୁ ଏକାଠି ଦେଖିବା ପାଇଁ ମିଳୁଛି ଏହା ପର ସିନରେ ଅନିଲ କପୁର ରଣବୀର କପୁରଙ୍କୁ ଚାପୁଡା ମାରୁଥିବାର ଦେଖିବା ପାଇଁ ମୁଳିଛି । ଏହି ସମୟରେ ରଣବୀର ଲୁକ୍ ତାଙ୍କ ରିଆକ୍ସନ ଖୁବ ଜବରଦସ୍ତ ରହିଛି । ଟିଜରର ଶେଷ ଭାଗରେ ବବି ଦେଓଲଙ୍କର ଏକ ଝଲକ ମଧ୍ୟ ଦେଖିବା ପାଇଁ ମିଳୁଛି । ତେବେ ଏହି ଚଳଚ୍ଚିତ୍ର ପୂର୍ବରୁ ଅଗଷ୍ଟରେ ରିଲିଜ ହେବାର ଥିଲା । ହେଲେ ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧’ରେ ମୁକ୍ତିଲାଭ କରିବା ନେଇ ସୂଚନା ରହିଛି ।