ପୁରୀ: ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ରଞ୍ଜନ କୁମାର ଦାସ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସ୍ଥାଇ ପ୍ରଶାସକ ରଞ୍ଜନ କୁମାର ଦାସ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକକ ପ୍ରଶାସକ ଭାବେ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି ।ସେ ଦାଇତ୍ୱ ନେବା ପରେ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ସେବାରେ କାର୍ଯ୍ୟ କରିବେ ବୋଲି ମତ ରଖବଛନ୍ତି । ଆଗକୁ ରଥଯାତ୍ରା ଏହା ପୂର୍ବରୁ ରଞ୍ଜନ କୁମାର ଦାସଙ୍କୁ ଦାଇତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତିର ସ୍ୱତନ୍ତ୍ର ସଚିବ ତଥା ନିର୍ଦ୍ଦେଶକ ୨୦୦୭ ବ୍ୟାଚର ଆଇଏଏସ ରଞ୍ଜନ କୁମାର ଦାସଙ୍କୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବଦଳି କରାଯାଇଛି । ସ୍ୱତନ୍ତ୍ର ସଚିବ ପାହ୍ୟା ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀକୁ ସମାନ ପାହ୍ୟା ଭାବେ ଘୋଷଣା କରାଯାଇଛି । ଆଗକୁ ରଥଯାତ୍ରା ସମସ୍ତଙ୍କ ସହ ସମନ୍ୱୟ ରକ୍ଷାକରି ସେ କାର୍ଯ୍ୟକରିବେ ବୋଲି ମତ ରଖିଛନ୍ତି । ମୁଖ୍ୟ ପ୍ରଶାସକ ଭାବେ ତାଙ୍କର ଏହି ଯୋଗଦାନ ବେଶ ଗୁରୁତ୍ୱପୂର୍ଣ୍ଣ ହେବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ରହିଥିବାରୁ ସେ ଏହି ଗୁରୁଦାଇତ୍ୱ ପାଇଥିବା କହିଛନ୍ତି ।
previous post