ଓଡିଶା

ଶୌଚ ହେବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ମହିଳା

ବିଜୟ କାରୁଆ/ପାଟଣା: କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ସଂରକ୍ଷିତ ଜଙ୍ଗଲରେ ବୁଧବାର ଭୋର୍ରୁ ଜଣେ ୬୦ ବର୍ଷୀୟା ମହିଳା ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ମହିଳା ଜଣକ ଶୌଚ ହେବାକୁ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇ ଥିଲେ। ଗୁରୁତର ହୋଇଥିବା ମହିଳା ଜଣକ ସ୍ବର୍ଗତ ତୁରାମ ମୁଣ୍ଡାଙ୍କ ସ୍ତ୍ରୀ ପାର ମୁଣ୍ଡା ।

ଦନ୍ତାହାତୀଟି ତାଙ୍କ ବାମପଟ ପେଟରେ ଆକ୍ରମଣ କରିଥିଲା । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାଟି ପୋଇପାଣି ଗାଁ ପାଖ ଜଙ୍ଗଲରେ ଘଟି ଥିବା ବେଳେ ଗାଁ ଲୋକେ ଏକପ୍ରକାର ଭୟଭୀତ ହୋଇ ପଡିଛନ୍ତି। ଏହାସହ ଘଟଣାସ୍ଥଳରେ ପାଟଣା ବନପାଳ ସନ୍ତୋଷ କୁମାର ପହୀ ଓ ପାରାଷ୍ଟାଫ୍ ପହଞ୍ଚି ହାତୀର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

Related posts

ଡିସିପି ଅଫିସ ଆଗରେ ଆଲବମ ଅଭିନେତ୍ରୀ

mahabharatanews

5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ

mahabharatanews

କେନ୍ଦୁଝରରେ ଥାଇପାରେ ସୁନା ଖଣି!

mahabharatanews