ଅପରାଧ

ବିଜେପି ବିଧାୟକ ମହେଶ ନେଗିଙ୍କ ନାମରେ ଦୁଷ୍ମର୍ମ ଅଭିଯୋଗ ସହ ଡିଏନଏ ଟେଷ୍ଟ ଦାବି

ଡେରାଡୁନ: ଉତ୍ତରାଖଣ୍ଡରେ ବିଜେପି ବିଧାୟକ ମହେଶ ନେଗିଙ୍କ ନାମରେ ଦୁଷ୍ମର୍ମ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଏନେଇ ଡେରାଡୁନ ନେହେରୁ କଲୋନୀ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ୨୦୧୬ ମସିହାରେ ମହିଳା ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ବିଧାୟକଙ୍କୁ ଭେଟିଥିଲେ। ଏହାପରେ ବିଧାୟକ ତାଙ୍କୁ ଦିଲ୍ଲୀ, ନୈନିତାଲ, ମସୁରୀ ଏବଂ ଡେରାଡୁନ ଆଦି ସ୍ଥାନରେ ବଳାତ୍କାର କରିଆସୁଥିବା ମହିଳା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏପରି କି ଉଭୟଙ୍କର ଏକ ଝିଅ ଥିବା ମହିଳା କହିବା ସହ ଝିଅର ଡିଏନଏ ଟେଷ୍ଟ କରିବାକୁ ଦାବି କରିଛନ୍ତି ।
ଅନ୍ୟପଟେ ବିଧାୟକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ମୋ ସ୍ୱାମୀଙ୍କୁ ଜଣେ ମହିଳାଙ୍କ ଦ୍ୱାରା ବ୍ଲାକମେଲ କରାଯାଇଛି । ତାଙ୍କଠାରୁ ୫ କୋଟି ଟଙ୍କା ମଗାଯାଉଛି । ଟଙ୍କା ନ ଦେଲେ ସେ ତାଙ୍କୁ ବଦନାମ କରିବାକୁ ମଧ୍ୟ ଧମକ ଦେଉଛି । ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି । ଏପ୍ରସଙ୍ଗରେ ଉତ୍ତରପ୍ରଦେଶ ବିଜେପି ସଭାପତି ବଂଶୀଧର ଭାଗବତ କହିଛନ୍ତି, ଯଦି ବିଧାୟକ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ହେବ ।
ଡେରାଡୁନ ଏସଏସପି ଅରୁଣ ମୋହନ ଯୋଶୀ କହିଛନ୍ତି, ମାମଲା ରୁଜ୍ଜୁ କରି ତଦନ୍ତ ଚାଲିଛି। ଯଦି ଅଭିଯୋଗ ପ୍ରମାଣିତ ହୁଏ ତେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ପୋଲିସ, ଆଇନ ମହାନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି ଯେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ ହୋଇଛି। ଏହାକୁ ନେଇ ରାଜ୍ୟ କଂଗ୍ରେସ ଚୁପ ବସି ନାହିଁ । ସଭାପତି ପ୍ରୀତମ ସିଂ ମହିଳାଙ୍କ ଝିଅର ଡିଏନ୍ଏ ପରୀକ୍ଷା କରିବାକୁ ଦାବି କରିଛନ୍ତି ।

Related posts

ବିପୁଳ ପରିମାଣର ମଦ ଜବତ, ୬ ଗିରଫ

mahabharatanews

ଚାଷୀଙ୍କୁ ପାୱାର ଟିଲର ଯୋଗାଇ ଦେବା ନାଁରେ ଠକେଇ, ଦୋକାନ ମାଲିକ ଫେରାର

mahabharatanews

ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ

mahabharatanews